Latest Odisha News

BREAKING NEWS

୩୦ ଲକ୍ଷ ଦୀପରେ ଝଲସିଲା ରାମ ନଗରୀ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ ହେଉଛି ଦଶମ ‘ଦୀପୋତ୍ସବ’। ଶନିବାର ସନ୍ଧ୍ୟା ସୁଦ୍ଧା, ସରୟୁ ନଦୀ କୂଳରେ ଥିବା ‘ରାମ କି ପୈଡ଼ି’ର ୫୬ଟି ଘାଟକୁ ଲକ୍ଷ ଲକ୍ଷ ଦୀପରରେ ଆଲୋକିତ କରାଯାଇଥିଲା। ଏଥିର ୩୦ ଲକ୍ଷ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହା ସହିତ ନୂତନ ବିଶ୍ୱ ରେକର୍ଡ଼ ହୋଇଛି। ବିଭିନ୍ନ ଘାଟଗୁଡ଼ିକରେ ଏକାସାଙ୍ଗରେ ଦୀପ ଜଳୁଥିବା ସମୟରେ ସମଗ୍ର ଅଯୋଧ୍ୟା ସହର “ଜୟ ଶ୍ରୀ ରାମ” ଧ୍ୱନିରେ କମ୍ପିଥିଲା।

ପ୍ରଶାସନ ଏବଂ ଆୟୋଜକମାନେ ଏଥର ୫୬ଟି ଘାଟକୁ ସଜାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ହଜାର ହଜାର ସ୍ୱେଚ୍ଛାସେବକଙ୍କ କଠିନ ପରିଶ୍ରମ ପରେ ଘାଟ ସହିତ ଦୀପଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଥିଲା। ଦୀପ ଜଳିବା ମାତ୍ରେ ସମଗ୍ର ସରୟୁ କୂଳ ଆଲୋକର ଚାଦରରେ ଘୋଡ଼ାଇ ହୋଇଯାଇଥିଲା। ଦୀପୋତ୍ସବର ଏହି ପବିତ୍ର ଦୃଶ୍ୟ ଦେଖିବା ପାଇଁ ଭାରତ ଏବଂ ବିଦେଶରୁ ବହୁ ସଂଖ୍ୟକ ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲୋକମାନେ ଏହି ମନୋରମ ଦୃଶ୍ୟକୁ ସେମାନଙ୍କ କ୍ୟାମେରା ଏବଂ ମୋବାଇଲ୍ ଫୋନ୍‌ରେ କଏଦ କରିଥିଲେ।

ସରୟୁ ନଦୀ କୂଳରେ ୨୧୫୧ ଜଣ ପୂଜକ ଏକକାଳୀନ ମହାଆଳତୀ କରିଥିଲେ। ଯାହା ପରିବେଶକୁ ଆଧ୍ୟାତ୍ମିକ ଶକ୍ତିରେ ପରିପୂର୍ଣ୍ଣ କରୁଛି। ଏହାଛଡ଼ା ରାମାୟଣର ବିଭିନ୍ନ ଘଟଣାବଳୀକୁ ଜୀବନ୍ତ କରି ଦେଖାଇବା ପାଇଁ ଆକାଶରେ ୨,୧୦୦ଟି ଡ୍ରୋନ ଉଡ଼ୁଛି। ରାମକଥା ପାର୍କରେ ଥାଇଲ୍ୟାଣ୍ଡ, ନେପାଳ, ଶ୍ରୀଲଙ୍କା, ଲାଓସ ଏବଂ ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତୀୟ ରାମଲୀଳା ଦଳ ମଧ୍ୟ ପ୍ରଦର୍ଶନ କରୁଛନ୍ତି।

ଲକ୍ଷ ଲକ୍ଷ ଭକ୍ତ ଏବଂ ଭିଭିଆଇପିଙ୍କ ଗତିବିଧିକୁ ଧ୍ୟାନରେ ରଖି ଅଯୋଧ୍ୟାକୁ ତିନୋଟି ସୁରକ୍ଷା ଜୋନରେ ବିଭକ୍ତ କରାଯାଇଛି। ଧର୍ମପଥ ଏବଂ ରାମପଥରେ ଯାନବାହାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇଛି। ଯାହା ଦ୍ଵାରା ପଦଯାତ୍ରୀ ପଥଗୁଡ଼ିକୁ ସୁଗମ କରାଯାଇଛି ।

Leave A Reply

Your email address will not be published.