Latest Odisha News

BREAKING NEWS

ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଲିଖିତ ତଥା ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ପୁସ୍ତକ

ଭୁବନେଶ୍ବର:  ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ସୂର୍ଯ୍ୟ ଦେଓଙ୍କ  ପୁସ୍ତକରେ ୨୧ଟି ସିନେମାର କୁହା ଓ ଅକୁହା କଥା ରହିଛି। ଏହାକୁ ସେ ବହୁ ପରିଶ୍ରମ ସ୍ବୀକାର କରି ଗୋଟିଏ ବହିରେ ସ୍ଥାନ ଦେଇଛନ୍ତି । ପୁସ୍ତକଟିରେ ସିନେମାଗୁଡ଼ିକର ସବୁ ତଥ୍ୟ ରହିଛି ଯାହା ପାଠକମାନଙ୍କୁ ସିନେମା ବିଷୟରେ ଅନେକ ଅକୁହା କଥା ପରିପ୍ରକାଶ କରିପାରିଛି ।

ପୁସ୍ତକଟିରେ କେଉଁ ଅଭିନେତା ଓ ବ୍ୟକ୍ତି ବିଶେଷ  ଫିଲ୍ମ ସହ ଜଡ଼ିତ, ଫିଲ୍ମର ଅନେକ ନଥିପତ୍ର ସଂଗ୍ରହ କରି ସେମାନଙ୍କ ସହ ହୋଇଥିବା ସିଧାକଥା ବହିରେ ସ୍ଥାନ ଦେଇଛନ୍ତି ସୂର୍ଯ୍ୟ ଦେଓ । ଫିଲ୍ମର କାହାଣୀରେ ଜଡିତ କଳାକାରଙ୍କୁ  ଭେଟି ମିଳିଥିବା ଅନୁଭୂତିର କଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ । ଓଡ଼ିଶା ସମ୍ବାଦକୁ ଶ୍ରୀଯୁକ୍ତ ଦେଓ କହିଛନ୍ତି ଯେ  ଓଡିଆ ସିନେମାର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ପୁସ୍ତକରେ ସେ  ଏକ ଛୋଟ ପ୍ରୟାସ କରିଛନ୍ତି । ସେ କହିଛନ୍ତି ଯେ ଏଥିରେ 21 ଟି ଚଳଚ୍ଚିତ୍ରର ଇତିହାସ ରହିଛି, କିଛି ବିଶ୍ଳେଷଣ ସହିତ କିଛି ମତ ମଧ୍ୟ ରହିଛି।

ଏହି ଅବସରରେ ପୁରସ୍କାର ପାଇଥିବାରୁ ସୂର୍ଯ୍ୟ ଦେଓ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟରରେ  ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି:

ବିଶିଷ୍ଟ ସିନେ ଗବେଷକ ତଥା ସଂରକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ୬୮ତମ #NationalFilmAwards ରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

Leave A Reply

Your email address will not be published.