ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ପୂବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ୟାସ ସିଲିଣ୍ଡର ଥିବା ଘରେ ନିଆଁ ଲାଗିଯିବା ସହିତ କାନ୍ଥ ଓ ଛାତ ଭୁଷୁଡ଼ି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏନେଇ ଗୋପାଳପୁର ପୁଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଜଣାଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଗୁରୁତର ଆହାତ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନେ ହେଲେ ଦେବରାଜ ନାୟକ ଏବଂ ତାଙ୍କ ସାନ ପୁଅ ଅଶୋକ ନାୟକ ବୋଲି ସୂଚନା ମିଳିଛି । ସେମାନଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବା ଯୋଗୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦେବରାଜ ଓ ତାଙ୍କ ଦୁଇ ପୁଅ ଦୈତାରୀ ଓ ଅଶୋକ ବ୍ରହ୍ମପୁର ଏକ ଗ୍ୟାସ ଏଜେନସିସରୁ ଗ୍ୟାସ ଆଣି ଗ୍ରାହକଙ୍କୁ ବିତରଣ କରିଥାନ୍ତି । ଏଥିରେ ଉଭୟ କର୍ମସିଆଲ୍ ଏବଂ ଡୋମେଷ୍ଟିକ ଗ୍ୟାସ୍ ସିଲିଣ୍ଡର ରହିଛି । ଅନ୍ୟ ଦିନ ଭଳି ଗୁରୁବାର ଦୈତାରୀ ଓ ଅଶୋକ ଗ୍ୟାସ ହାଣ୍ଡି ଡେଲିଭରି ଦେବାକୁ ଯାଉଥିବା ବେଳେ ଗାଡ଼ିଟି ଖରାପ ହୋଇଯାଇଥିଲା । ଏଣୁ ନିଜ ଘରକୁ ସିଲିଣ୍ଡରଗୁଡ଼ିକ ଆଣି ରଖି ଦେଇଥିଲେ । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ ଟାବେଳେ କୌଣସି କାରଣରୁ ଗ୍ୟାସ ବିସ୍ଫୋରଣ ହୋଇଯାଇଥିଲା । ବିସ୍ଫୋରଣରେ ଘରର କାନ୍ଥ ଭୁଶୁଡ଼ି ଯାଇଥିଲା । ଦେବରାଜ ଏବଂ ଅଶୋକ ନିଆଁରେ ଜଳି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଏହି ବିସ୍ଫୋରଣ ପରେ ପୁଲିସ ତରଫରୁ ଘର ଭିତରେ ଥିବା ୬୬ଟି ଡୋମେଷ୍ଟିକ ଏବଂ କର୍ମସିଆଲ୍ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି । ଘଟଣା ସ୍ଥଳରେ ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଗ୍ୟାସ ଡେଲିଭରି ଗାଡ଼ିକୁ ଜବତ କରିଛନ୍ତି । ବଡ଼ ପୁଅ ଦୈତାରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏ ନେଇ ଗୋପାଳପୁର ଥାନାରେ ୧୩୫/୨୨ରେ ଏକ ମାମଲା ରୁଜୁ ହୋଇଛି । ତେବେ ଦେବରାଜ ଗ୍ୟାସ ବିତରଣ ପାଇଁ ଆଣିଥିଲେ ନା’ ନିଜେ ଘରେ ରଖି ତାକୁ ଅବାଧରେ ବିକ୍ରି କରୁଥିଲେ, ସେନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.