ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ ଯୁବକଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଯୁବକ ଜଣଙ୍କ ଏକ ବାଇକରେ ବ୍ରାଉନ ସୁଗର ଧରି ବିକ୍ରି କରିବାକୁ ନେଉଥିବା ବେଳେ ଜାତୀୟ ରାଜପଥ-୧୬ ଡୁରା ନିକଟରେ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ବ୍ରାଉନ ସୁଗର ସହ ନଗଦ ୪୫ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ଖାଜା ସାହିର ଏସକେ. ସମୀର(୨୧)। ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବକ ବ୍ରାଉନ ସୁଗର ଧରି ବ୍ରହ୍ମପୁରରୁ ଗୋପାଳପୁର ଆଡକୁ ଯାଉଥିବା ଖବର ମିଳିବା ପରେ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଓ ଗିତାଞ୍ଜଳୀ ସାହୁ ଅନ୍ୟ କର୍ମଚାରୀଙ୍କୁ ନେଇ ସମୀରର ପିଛା କରିଥିଲେ। ସମୀର ଜାତୀୟ ରାଜପଥ ଦେଇ ଡୁରା ଆଡେ ଯାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ସହ ସେ ପୂର୍ବରୁ ୪୫ ହଜାର ଟଙ୍କା ଜବତ କରିଥିଲେ । ଅଭିଯୁକ୍ତ ସମୀର ଏହି ବ୍ରାଉନ ସୁଗର ବାଲେଶ୍ବରର ଜଳେଶ୍ବରରୁ ଆଣିଥିଲା ବୋଲି ଜେରା ବେଳେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲା। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗର ଡେପୁଟି କମିଶନର ଅଶୋକ ଶତପଥି କହିଛନ୍ତି।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ବଲିଉଡର ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ-୧’ର ଫାଷ୍ଟଲୁକ୍ ଆଉଟ୍: ଶ୍ରୀରାମ ବେଶରେ ରଣବୀର, ରାବଣ ସାଜିଲେ ୟଶ

Comments are closed.