Latest Odisha News

BREAKING NEWS

ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ: ସାଇ ଇଣ୍ଟରନାଶନାଲ ସ୍କୁଲର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ଏଥିରେ ଭୁବନେଶ୍ୱରର ସାଇ ଇଣ୍ଟରନାସନାଲସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଉଭୟ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବା ସହ ସମସ୍ତେ ପ୍ରଥମ ଶ୍ରେଣୀ ଯୋଗ୍ଯତା ହାସଲକରିଛନ୍ତି।

ଦଶମ ଶ୍ରେଣୀରେ ୯୫.% ଛାତ୍ରଛାତ୍ରୀ ୭୫%ରୁ ଅଧିକ ମାର୍କ ରଖିଛନ୍ତି। ୫୩.% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଏବଂ ୨୩.% ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖି ସ୍କୁଲକୁ ଗୌରବାନ୍ୱିତ କରିଥିବା କର୍ତ୍ତୃପକ୍ଷ କହିଛନ୍ତି। ଦଶମରେ ସୁହାନା ଜେନା ୯୯.% ରଥି ପ୍ରଥମ, ଆଦ୍ୟାଶାଶ୍ୟାମ ୯୯.% ସହିତ ଦ୍ୱିତୀୟ ଏବଂ ୯୯.% ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ଜନିଶା କରନ।

ସେହିପରି ଦ୍ୱାଦଶ ଶ୍ରେଣୀରେ, ମୋଟ୍ ୪୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀ ଯୋଗ୍ୟତା ଅର୍ଜନ କରିଛନ୍ତି। ଶୁଭ୍ରଶିଖାପ୍ରଧାନ, କଶିଶ ଅଗ୍ରୱାଲା ଏବଂ ଖୁସି ଅଗ୍ରୱାଲା ସ୍କୁଲ ଟପ୍ପର ହୋଇଛନ୍ତି। ଅଭିପ୍ସା ପାଢୀ ଏବଂ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ବିଜ୍ଞାନରେ ଟପ୍ପରହୋଇଛନ୍ତି। ନରିକା ମିଶ୍ର କଳାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଦ୍ୱାଦଶରେ ୯୬.% ଛାତ୍ରଛାତ୍ରୀ ୭୫% ରୁ ଅଧିକ, ୫୨.% ଛାତ୍ରଛାତ୍ରୀ ୯୦% ରୁ ଅଧିକ ଏବଂ ୨୫% ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖିକୃତକାର୍ଯ୍ୟ ହୋଇଛନ୍ତି।

ଏହି ଫଳାଫଳ ସହ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ଅଧ୍ଯକ୍ଷା . ଶିଳ୍ପୀ ସାହୁ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରି ସ୍କୁଲର ଟେକ ରଖିଛନ୍ତି। ଏହି ସଫଳତାକଠିନ ପରିଶ୍ରମ, ଦୃଢ ପ୍ରତିବଦ୍ଧତା ଏବଂ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କର ନିଦର୍ଶନ ବୋଲି . ସାହୁ ମତବ୍ଯକ୍ତକରିଛନ୍ତି।

Leave A Reply

Your email address will not be published.