ହାରୁ ହାରୁ ଜିତିଗଲା ଇଣ୍ଡିଆ । ଚାପରେ ଥିବା ଇଣ୍ଡିଆ ଟିମ୍ ଶେଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶେଷ ଓଭରରେ 11 ରନ୍ କରିଥିଲେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳି ଆଉ 3 ରନରେ ଜିତିଥିଲା ଇଣ୍ଡିଆ ।
For his captain's knock of
, @SDhawan25 bags the Player of the Match award as #TeamIndia seal a thrilling win over West Indies in the first ODI. ? ? #WIvIND
Scorecard
https://t.co/tE4PtTx1bd pic.twitter.com/YsM95hV4gD
— BCCI (@BCCI) July 22, 2022
ପ୍ରଥମ ଦିନିକିଆକୁ ଶିଖର ଧାୱନବାହିନୀ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ହରାଇ ବାଜି ମାରିନେଇଛି । ପ୍ରଥମେ ବ୍ୟାଟିଂ କରି ଶିଖର ଧାୱନ 97 ରନ, ଶୁବମନ ଗିଲ୍, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ୍ କରିଥିଲା । ପ୍ରଥମେ ଲାଗୁଥିଲା ଦଳ 350 ସ୍କୋର କରିବ । କିନ୍ତୁ ଶେଷ ଓଭରରେ ଭଲ ବ୍ୟାଟିଂ କରିପାରିନଥିଲା ଭାରତୀୟ ଟିମ୍ । ଶେଷ ଓଭରରୁ ୧୫ ରନ୍ ଆବଶ୍ୟକ ଥିବାବେଳେ ମହମ୍ମଦ ସିରାଜ୍ ୧୧ ରନ୍ ଦେଇ ଦଳକୁ ବିଜୟମଣ୍ଡିତ କରିଥିଲେ।
ଗିଲ୍ ୬୪ରନ କରିଥିଲେ । ଶିଖର ଧଓ୍ବନ ୯୭, ରନ କରିଥିଲେ । ଆୟର ୫୪, ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ୍ ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ସୂର୍ଯ୍ୟକୁମାର ଯାଦବ ୧୩ ରନ, ସଞ୍ଜୁ ସାମସନ୧୨ ରନ୍, ଦୀପକ ହୁଡା 27 ରନ, ଅକ୍ଷର ପଟେଲ 21 ରନ କରିଥିଲେ । ଓ୍ବେଷ୍ଟଇଣ୍ଡିଜ 309 ରନ ର ଟାର୍ଗେଟ ପୂରଣ ପାଇଁ ଜବରଦସ୍ତ ଖେଳିଥିଲା । ମୟରସ 75 ରନ,ବ୍ରୁକ୍ସ 46 ରନ୍, କିଙ୍ଗ 54 ରନ୍, ସେଫଡ 39 ରନ୍ କରିଥିଲେ । ଶିଖର ଧଓ୍ବନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । ଅଧିନାୟକ ଭାବେ ଏହି ବିଜୟ ଶିଖର ଧଓ୍ବନଙ୍କ କ୍ୟାରିଅର ପାଇଁ ବେଶ ଜରୁରୀ ଥିଲା । ଯାହାକୁ ସେ ଦେଖାଇଥିଲେ । ମ୍ୟାଚ ପରେ ଶିଖର କହିଥିଲେ 100 ରନ କରିପାରିନଥିବାରୁ ନିରାଶ ହୋଇଥିଲେ । କିନ୍ତୁ ଦଳ ଜିତିଥିବାରୁ ସେ ଖୁସି ଅନୁଭବ କରୁଥିବା କହିଥିଲେ । ମ୍ୟାଚ ଏତେ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ ଜାଣିନଥିଲେ । ଥଣ୍ଡା ମିଜାଜରେ ଖେଳୁଥିବାରୁ ଏହା ପ୍ରକୃତରେ ଆମକୁ ସାହାଯ୍ୟ କଲା ବୋଲି କହିଥିଲେ । ଆମେ ଶିଖିବାକୁ ଜାରି ରଖିଛୁ । ଦ୍ବିତୀୟ ମ୍ୟାଚରେ ଆହୁରି ଅଧିକ ଉନ୍ନତ କରିବାକୁ ଚାହୁଁଛୁ ବୋଲି କହିଥିଲେ ।
Comments are closed.