ଲିସେଷ୍ଟର: ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧ତମ ଖେଳାଳି ଭାବେ ୪୦୦ ସ୍କୋର କରିଛନ୍ତି ଗ୍ଲାମରଗନର ବ୍ୟାଟ୍ସମ୍ୟାନ ସାମ ନର୍ଥଇଷ୍ଟ । ଲିସେଷ୍ଟରଶାୟର ବିପକ୍ଷରେ ସେ ୪୧୦ ରନ କରି ଅପରାଜିତ ରହିଥିଲେ । କାଂଉଟି କ୍ରିକେଟରେ ୪ର୍ଥ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ବ୍ରାଏନ ଲାରା, ଏସି ମ୍ୟାକଲରେନ ଓ ଗ୍ରେମ ହିକ ୪୦୦ ରନ କରିଥିଲେ । ଦୀର୍ଘ ୧୮ ବର୍ଷ ପରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ୪୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଶେଷ ଥର ୨୦୦୪ରେ ଲାରା ଏହି କୀର୍ତିମାନ ସ୍ଥାପନ କରିଥିଲେ । ସାମଙ୍କ ଚମତ୍କାର ଇନିଂସ ବଳରେ ଗ୍ଲାମରଗାନ ୫ ୱିକେଟରେ ୭୯୫ ରନ କରି ଇନିଂସ ଘୋଷଣା କରିଛି । ଗୋଟିଏ ଇନିଂସରେ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିବା ବ୍ୟାଟ୍ସମ୍ୟାନମାନେ ହେଲେ-
୧. ବ୍ରାଏନ ଲାରା (୫୦୧ ନଟ ଆଉଟ, ୧୯୯୪) । ୨.ହନୀଫ ମହମ୍ମଦ (୪୯୯, ୧୯୫୯) । ୩. ସାର ଡନ ବ୍ରାଡମ୍ୟାନ (୪୫୨ ନଟଆଉଟ, ୧୯୩୦) । ୪.ଭାଉସାହେବ ନିମ୍ବାଲକାରୀ (୪୪୩ ନଟଆଉଟ, ୧୯୪୮) । ୫.ବିଲ ପାନ୍ସଫୋର୍ଡ (୪୩୭, ୧୯୨୭) । ୬. ୱିଲ ପାନ୍ସଫୋର୍ଡ (୪୨୯, ୧୯୨୩) । ୭.ଅଫତାବ ବଲୁଚ (୪୨୮, ୧୯୭୪) । ୮. ଏସି ମ୍ୟାକଲରେନ (୪୨୪, ୧୮୮୫) । ୯.ସ୍ୟାମ ନର୍ଥଇଷ୍ଟ (୪୧୦ ନଟଆଉଟ, ୨୦୨୨) । ୧୦. ଗ୍ରେମ ହିମ (୪୦୫ ନଟଆଉଟ, ୧୯୮୮) । ୧୧. ବ୍ରାଏନ ଲାରା (୪୦୦ ନଟଆଉଟ, ୨୦୦୪) ।
BREAKING NEWS
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
Comments are closed.