ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଆମ୍ରପଲ୍ଲୀ ଗ୍ରୁପ ଏବଂ ଧୋନୀଙ୍କ ଅର୍ଥ କାରୋବାର ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୋମବାର ଏ ନେଇ ଶୁଣାଣୀ କରିବା ସହ ଧୋନୀ ଏବଂ ଆମ୍ରପଲ୍ଲୀ ଗ୍ରୁପକୁ ପକ୍ଷ ରଖିବା ପାଇଁ ଉପରୋକ୍ତ ନୋଟିସ ଜାରୀ କରାଯାଇଛି । ଧୋନୀ ଏହି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ତାଙ୍କୁ ୧୫୦ କୋଟି ଟଙ୍କା ଆମ୍ରପଲ୍ଲୀ ଗ୍ରୁପ ନିକଟରୁ ପାଇବାକୁ ଅଛି । ଅର୍ଥର ଅଭାବ ଯୋଗୁ ଗ୍ରାହକମାନେ ବୁକ କରାଯାଇଥିବା ଫ୍ଲାଟ ପାଇପାରୁ ନାହୁଁ ବୋଲି କୁହାଯାଇଛି । ଧୋନୀଙ୍କୁ ଯଦି ଆମେ ବକେୟା ଟଙ୍କା ପୈଠ କରିବୁ ତାହାହେଲେ ସେମାନଙ୍କୁୁ ଫ୍ଲାଟ ଦେଇହେବ ନାହିଁ । ଅପରପକ୍ଷରେ ଆମ୍ରପାଲ୍ଲୀ ଗ୍ରୁପ ଗ୍ରାହକଙ୍କ ନିକଟରୁ ଅର୍ଥ ନେବା ସତ୍ୱେ ଫ୍ଲାଟ ଯୋଗାଇବାରେ ଅସମର୍ଥ ହୋଇଛି । ଯାହା ବିରୋଧରେ ଗ୍ରାହକମାନେ ପ୍ରଥମେ କୋର୍ଟକୁ ଯାଇଥିଲେ । ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ବୁଝାମଣା କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ ମଧ୍ୟ କୌଣସି ଅଗ୍ରଗତି ନ ହେବାରୁ ସୁପ୍ରିମକୋର୍ଟ ନୋଟିସ ଜାରୀ କରିଛନ୍ତି ।
BREAKING NEWS
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
Comments are closed.