Latest Odisha News

BREAKING NEWS

ଶାହିଦଙ୍କ ‘କବୀର ସିଂ’, ୪ଦିନରେ ଆୟ କଲା ୫୦ କୋଟି

ମୁମ୍ବାଇ: ବଡ ପରଦାରେ ଧମାଲ କରୁଛି ନିକଟରେ ରିଲିଜ ହୋଇଥିବା ଶାହିଦଙ୍କ ଅଭିନିତ ‘କବୀର ସିଂ’ । ବକ୍ସ ଅଫିସରେ ହିଟ ହେବା ସହ ଫିଲ୍ମଟି ୪ଦିନରେ ପ୍ରାୟ ୫୦ କୋଟି ଟଙ୍କା ଆୟ କରି ପାରିଛି ।

ଅନେକ ଦିନ ପରେ ଶାହିଦ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏହି ଦମଦାର ଚଳଚ୍ଚିତ୍ରଟି । ଯାହା ଅଳ୍ପ ଦିନରେ ସାଉଁଟିଲାଣି ଅନେକ ଲୋକପ୍ରିୟତା । ଶାହିଦଙ୍କ ଏହି ‘କବୀର ସିଂ’ ଚଳଚ୍ଚିତ୍ରଟି ତେଲଗୁ ଫିଲ୍ମ ଅର୍ଜ୍ଜୁନ ରେଡ୍ଡିର ରିମେକ୍ ।

ପରଦାରେ ଶାହିଦ ଓ କିଆରାଙ୍କ ଯୋଡିକୁ ଦର୍ଶକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

ତେବେ ୬୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟିକୁ ଭାରତରେ ୩୧୨୩ଟି ପରଦାରେ ରିଲିଜ କରାଯାଇଛି । ଚଳଚ୍ଚିତ୍ରଟି ୪ଦିନରେ ପ୍ରାୟ ୫୦କୋଟି ଆୟ କରିଛି । ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ କରିବ ବୋଲି ସିନେ ସମୀକ୍ଷକ ମାନେ ମତ ଦେଇଛନ୍ତି ।

ଏହି ଚଳଚ୍ଚିତ୍ରଟିରେ ଶାହିଦଙ୍କ ବିପକ୍ଷରେ କିଆରା ଆଡଭାନୀଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିବା ବେଳେ ସନ୍ଦୀପ ଭାଙ୍ଗା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।

Leave A Reply

Your email address will not be published.