Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

    • ଦିନକୁ ଦିନ ବଢୁଛି ଷ୍ଟାର କଳି।  ଭୁବନେଶ୍ୱର ସତ୍ୟବିହାର ଘର ବାଲକୋନୀରୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପ୍ରକୃତି ।  ଘର ଛାତ ଉପରକୁ ଆସି  ଯେମିତି ବାବୁସାନ୍ କହିଥିଲେ ସେମିତି ପ୍ରକୃତି ମଧ୍ୟ କହିଲେ । ସମୟ ଆସିଲେ ସବୁ କିଛି କହିବି । କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସମୟ ଆସିଲେ ସବୁ କଥା କହିବି, ଅପେକ୍ଷା କରନ୍ତୁ, ଠିକଣା ସମୟରେ ସବୁ ଜାଣିପାରିବେ ବୋଲି କହିଛନ୍ତି । ଏହି ସମୟରେ ପ୍ରକୃତିଙ୍କ ସହ ବାପା ମନ୍ମଥ ମିଶ୍ର ବି ଥିଲେ ।

      ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି,‘ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି, ତାକୁ ନେଇ ଯେଉଁ କମିଶନ ଗଠନ କରାଯାଇଥିଲା, ତାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇନାହିଁ ।’‘ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହାଉସ୍‌ରେ ଉପସ୍ଥାପନ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି ସାଲୁଜା ।

      ଆଜି ରାଜ୍ୟରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ଅଛନ୍ତି ୫୯୭ ଜଣ ଓ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ । ୧୮ ବର୍ଷ ବୟସ ମଧ୍ୟରେ ଅଛନ୍ତି ୧୯୫ ଜଣ । କାଲିଠାରୁ ଆଜି ୧୦ ଜଣ କମ୍‌ ସଂକ୍ରମିତ ହୋଇଛନ୍ତି ।

      ମୌସୁମୀ ବର୍ଷା ଗାଏବ! ବଢ଼ିବ ଦିନର ତାପମାତ୍ରା; ୧୨ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ, ୟେଲୋଓ୍ଵାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ।

      ଏସ୍‌ସିବି ମେଡିକାଲ ନାଁରେ ସାଙ୍ଘାତିକ ଅଭିଯୋଗ କ୍ୟାନ୍‌ସର ହୋଇନି, କିନ୍ତୁ ମହିଳାଙ୍କୁ କେମୋ ଥେରାପି । କ୍ୟାନ୍‌ସର ହୋଇନି । କେମୋ ଦେଇ ଅଙ୍ଗ କାଟିଦେଲେ । ଏସସିଵିରେ କ୍ୟାନସର ପରୀକ୍ଷାର ଭୁଲ ରିପୋର୍ଟ ଆସିଥିବା ନେଇ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସରୀତ୍ ଦୀପ୍ ଶତପଥୀ ଏନେଇ ଏସସିଵି ମେଡିକାଲ ସୁପରିଣ୍ଟେଡେଣ୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି।

      ଛତିଶଗଡ଼ର ଦନ୍ତେୱାଡା-ସୁକମା ଜିଲ୍ଲା ସୀମାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ପୁଲିସର ଏନ୍‌କାଉଣ୍ଟରରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା ହୋଇଥିବା ଜଣେ ହାର୍ଡକୋର ନକ୍ସଲ ରାକେଶ ମଡକମ ନିହତ ହୋଇଛି। ରାକେଶ ଥିଲା କଟେକଲ୍ୟାଣ ଏରିଆ କମିଟିର ସଦସ୍ୟ। ତେବେ ଯବାନମାନେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

      ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ଭାଙ୍ଗିବ କି ମମତାଙ୍କ ସରକାର । ପ୍ରଥମେ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିବା ବେଳେ ଏବେ ଆଉଜଣେ ବିଧାୟକ କୃଷ୍ଣା କଲ୍ୟାଣୀଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ନୋଟିସ ଜାରି କରିଛି । ‘କଲ୍ୟାଣୀ ସୋଲଭେକ୍ସ ପ୍ରାଇଭେଟ ଲିମିଟେଡ’ ମାଧ୍ୟମରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗରେ ଇଡି ଏହି ନୋଟିସ ଜାରି କରିଛି ।

      ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ମୁହଁ ଖୋଲିଲେ ପାର୍ଥ ଚାଟାର୍ଜୀ, କହିଲେ, ମୁଁ ଷଡ଼ଯନ୍ତ୍ରର ଶିକାର ହୋଇଛି  ୬୯ ବର୍ଷୀୟ ପାର୍ଥ ଚାଟାର୍ଜୀଙ୍କୁ ଶୁକ୍ରବାର କୋଲକାତାର ଦକ୍ଷିଣରେ ଥିବା ଜୋକା ସ୍ଥିତ ଇଏସ୍‌ଆଇ ମେଡିକାଲ୍‌କୁ ନିଆଯାଇଥିଲା। ସେଠାରେ ପହଞ୍ଚି  ଏପରି କହିଛନ୍ତି ପାର୍ଥ । ଟିଏମ୍‌ସିର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଗତକାଲି ମମତା ବାନାର୍ଜୀ ତାଙ୍କୁ ଦଳ ସହ ମନ୍ତ୍ରୀ ପଦରୁ ବି ବହିସ୍କାର କରିଛନ୍ତି ।

      ସାବଧାନ ଓ ସତର୍କ ରୁହନ୍ତୁ, କିଛି ଲୋକ ଆପଣଙ୍କୁ ପିଛା କରୁଛନ୍ତି । ସାଂସଦ ନବନୀତ ରାଣାଙ୍କୁ ଆସିଲା ବେନାମୀ ଚିଠି । ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରି ବିବାଦକୁ ଆସିଥିବା ନବନୀତଙ୍କୁ ନେଇ ପୁଣି ଚର୍ଚ୍ଚା । ଉମେଶ କୋଲହେ ହତ୍ୟା ମାମଲା ଉଠାଇବା ପରେ ଏବେ ନବନୀତଙ୍କୁ ଏକ ବେନାମୀ ଚିଠି ଆସିଛି ।

    • ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ବଡ ଦାବି କଲା ଆମେରିକା । ଅନ୍ୟପଟେ ସୈନ୍ୟ ସଂଖ୍ୟା ବଢାଇବା ପାଇଁ ସମୟ ସୀମା ବୃଦ୍ଧି କଲା । ଋଷ ଋଷର ତାର ଆକ୍ରମଣ ଜାରି ରଖିଛି । ଲଗାତାର ୟୁକ୍ରେନ ଉପରେ ମିଜାଇଲ ଉପରେ ମିଜାଇଲ୍ ମାଡ କରୁଛି ।   ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଋଷର ୭୫ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଥିବା କହିଛି ।

      ତେନ୍ଦୁଲକର, ଗାଭାସ୍କର ଓ ସେହବାଗ୍‌ଙ୍କ ତାଲିକାରେ ଯୋଡ଼ିହେଲେ ଗିଲ୍‌  , ଭାରତୀୟ ଯୁବ ଓପ୍‌ନର ଶୁବମନ ଗିଲ୍‌ ଶେଷ ଦିନିକିଆରେ ବର୍ଷା ଯୋଗୁଁ ଶତକ ପୂରଣ କରିପାରିନଥିଲେ। ଯାହାଫଳରେ ଗିଲ୍‌ ଶତକ ହାସଲରୁ ବଞ୍ଚିତ ରହିଥିଲେ। ତେବେ ଅପରାଜିତ ୯୮ ରନ୍‌ର ପାଳି ଅବସରରେ ଗିଲ୍‌ ଜଣେ ଓପ୍‌ନର ଭାବେ  ସ୍ବତନ୍ତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି।

      ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଛି ଚେସ୍ ଅଲିମ୍ପିଆଡ୍‌। ଆଉ ଏହାର ମଶାଲ ଯାତ୍ରା ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ କାଶ୍ମୀରରେ ମଧ୍ୟ ବୁଲିଥିଲା। ଏହାକୁ ବିରୋଧ କରି ୧୮୭ ଦେଶ ଅଂଶଗ୍ରହଣ କରୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ପାକିସ୍ତାନ କିନ୍ତୁ ବର୍ଜନ କରିଛି। ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ଭାରତ ବର୍ଣ୍ଣନା କରିଛି।

      ବିବାଦରୁ ତିନି ବିବାହ ଯାଏଁ, ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ ସଞ୍ଜୟ ଦତ୍ତଙ୍କ ଲାଇଫ୍‌ ,ବଲିଉଡର ମୁନ୍ନା ଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ ଆଜି ୬୩ ବର୍ଷ ବୟସରେ ପାଦ ଥାପିଛନ୍ତି । ଆକ୍ଟିଙ୍ଗ ଠାରୁ ଆରମ୍ଭ କରି ବେପରୱା ଜୀବନଶୈଳୀ, ନିଶା ଠାରୁ ଆରମ୍ଭ କରି ଜେଲର କଳା କଠୋରୀ, ପ୍ରେମ ବିଚ୍ଛେଦ ସଞ୍ଜୟ ଦତ୍ତ ନେଇ ବେଶ୍ ଚର୍ଚ୍ଚିତ ସଞ୍ଜୟ ଦତ୍ତ ।

      ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍‌ଅପ୍‌ ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍‌ କରିବା ପରେ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି ।  କୁହାଯାଉଛି ଯେ ଉଭୟଙ୍କ ବ୍ରେକଅପ୍ ବିବାହ ଯୋଗୁଁ ହୋଇଛି ।

      ସାମନ୍ଥା ଏବେ ହାଇଦ୍ରାବାଦରେ ଏକ ନୂଆ ଘର କିଣିଛନ୍ତି। ଯାହା ପ୍ରକୃତରେ ତାଙ୍କ ପାଇଁ ଏକ ପୁରୁଣା ଘର। ଚଳଚ୍ଚିତ୍ର ନିର୍ମାତା ମୁରଲୀ ମୋହନଙ୍କ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ ହାଇଦ୍ରାବାଦର ଯେଉଁ ବିଲଡିଂରେ ସେ ପୂର୍ବରୁ ଏକ୍ସସ୍ଵାମୀ ସହ ରହୁଥିଲେ, ସେହି କୋଠାଟିକୁ ପୁଣିଥରେ ସାମନ୍ଥା ତାହାକୁ ଅଧିକ ମୂଲ୍ୟରେ କିଣିଛନ୍ତି । ବାସ୍ତବରେ, ଏହି ଘର ଦୁହିଁଙ୍କ ଅଲଗା ହେବା ପରେ ବିକ୍ରି ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ମାଲିକଙ୍କ ସହିତ କଥାବାର୍ତ୍ତା କରି ପୁଣି ଥରେ ଘରଟିକୁ କିଣିଥିଲେ । ବର୍ତ୍ତମାନ ସେ ତାଙ୍କ ମା ସହିତ ରହୁଛନ୍ତି ।

Comments are closed.