ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତ ଶରୀର ମିଳିଛି । ପ୍ରଥମେ ଏହା ପାଖକୁ ଯିବାକୁ ସମସ୍ତେ ଭୟ କରୁଥିଲେ । ତେବେ ଏହା ମୃତବୋଲି ଜଣାପଡିବା ପରେ ପାଖକୁ ଯାଇଥିଲେ । ରହସ୍ୟମୟ ଜୀବର ପିଠିରେ ସମୁଦ୍ରର ଅନେକ ଗୁଲ୍ମ ଓ ଲଟା ଲାଗିଥିଲା । ବୈଜ୍ଞାନିକମାନେ ମଧ୍ୟ ପ୍ରଥମ ଥର ପାଇଁ ଏ ଭଳି ଜୀବ ଦେଖିଥିବା କହିଛନ୍ତି । ଗଭୀର ସମୁଦ୍ରରେ ରହୁଥିବା ଏହି ଜୀବ ତୀବ୍ର ଲହରୀରେ ଭାସି ଆସିଥିବା ଅନୁମାନ କରାଯାଉଛି । ଏହାକୁ ଦେଖିବା ପାଇଁ ସମୁଦ୍ରକୂଳରେ ଲୋକଙ୍କ ଭୀଡ ବଢ଼ିବାରେ ଲାଗିଛି । ବୈଜ୍ଞାନିକ ଓ ଗବେଷକମାନେ ଏହି ଜୀବକୁ ନେଇ ଗବେଷଣା କରିବେ ବୋଲି ଜଣାପଡିଛି । କେଉଁ ପ୍ରଜାତିର ଏବଂ କଣ ପାଇଁ ଏହା ମୃତ୍ୟୁବରଣ କଲା ତାହା ଜାଣିବା ସେମାନେ ବ୍ୟଗ୍ର ହୋଇ ଉଠିଛନ୍ତି । କେତେକ ଅନ୍ଧବିଶ୍ୱାସୀ ଏହାକୁ ସାମୁଦ୍ରିକ ରାକ୍ଷସ ବୋଲି କହିଛନ୍ତି ।
BREAKING NEWS
- ଏମଏଲଏ ସରୋଜ କୁମାର ପ୍ରଧାନଙ୍କ ନାମରେ ଗିରଫ ପରୱାନା ଜାରି କଲେ କୋର୍ଟ
- ମହଙ୍ଗା ପଡିଲା ରିଲ୍ସରେ ସୁନା ଓ ଟଙ୍କା ଦେଖାଇବା; ଚୋର ନେଇଗଲେ ୧ କୋଟିର ଅଳଙ୍କାର…
- ଲଗାଣ ବର୍ଷା: ଘରେ ପଶିଲା ପାଣି, ବାରଣ୍ଡାରେ ପରିବାର
- ଆସୁଛି ଆଉ ଏକ ଲଘୁଚାପ, ମିଆଁମାର-ବାଂଲାଦେଶ ଉପକୂଳ ଦେଇ…
- Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍:୨୬ ଗେଟ୍ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା
- R&B Funds Fraud: ୯.୨୪ କୋଟି ଟଙ୍କା ଆତ୍ମସାତ ଘଟଣାରେ ଆଉ ୪ ଗିରଫ
- Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର
- ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ୧୫ଦିନ ପିତୃପକ୍ଷ , ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆରମ୍ଭ
- India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧ ଧନୀ ଅଭିନେତା କିଏ?

Comments are closed.