Latest Odisha News

ଭୁଲ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ । କ୍ୟାନ୍ସର ନଥାଇ ଅଙ୍ଗ କାଟିଦେଲେ

ଭୁଲ୍ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ ।  ଯେଉଁ ହସ୍ପିଟାଲକୁ ରାଜ୍ୟ ସରକାର ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେହି ଏସସିବି ହସ୍ପିଟାଲରେ ଏପରି ଏକ ଘଟଣା ଘଟିଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଅନନ୍ତପୁରର ପ୍ରଦୀପ୍ତା ଶତପଥୀଙ୍କ ଛାତିରେ ଏକ ମାଂସ ବଢ଼ୁଥିଲା । ଗତବର୍ଷ ଅଗଷ୍ଟ ୬ତାରିଖରେ ଏସସିବିର ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ତାଙ୍କର କ୍ୟାନସର ପରୀକ୍ଷା କରାଯାଇଥିଲା । ବାୟୋପ୍ସି ରିପୋର୍ଟ ନେଗେଟିଭ୍ ଆସିଥିଲା । ଡାକ୍ତର ୨ ମାସ ପାଇଁ ଔଷଧ ଖାଇବା ଲାଗି ପରାମର୍ଶ ଦେଇଥିଲେ ।

ଶେଷରେ ମାର୍ଚ୍ଚ ୧୬ରେ ଏସସିବିର ସର୍ଜରୀ ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ମାଂସକୁ ବାହାରି କରି ଦିଆଯାଇଥିଲା । ଅସ୍ତ୍ରୋପଚାର ପରେ ବାହାରିଥିବା ମାଂସକୁ ବାୟୋପ୍ସି ପାଇଁ ପୁଣିଥରେ ପଠାଯାଇଥିଲା । ଏପ୍ରିଲ ୬ ତାରିଖରେ ରିପୋର୍ଟ କ୍ୟାନସର ପଜିଟିଭ୍ ଥିବା ଆସିଥିଲା । କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ।

ଏସସିବି ପାଥୋଲୋଜି ଦେଇଥିବା ରିପୋର୍ଟକୁ ଆଧାର କରି ମେ’ ୧୩ତାରିଖରେ ଡାକ୍ତର ପୁଣିଥରେ ଅସ୍ତ୍ରୋପଚାର କରିଥିଲେ ।  କେତୋଟି କେମୋ ଓ କେତୋଟି ରେଡିଓଥେରାପୀ ନେବା ଦରକାର ତାହା ଜାଣିବା ପାଇଁ ରିପୋର୍ଟର ଆବଶ୍ୟକତା ଥିବାରୁ ହରିହର ରେଡିଓ ଥେରାପିଷ୍ଟ ଏସସିବି ହସ୍ପିଟାଲର ପାଥୋଲଜି ବିଭାଗକୁ ରିପୋର୍ଟ ମାଗିଥିଲେ । ହେଲେ ପାଥୋଲଜି ବିଭାଗ ପକ୍ଷରୁ ତାଙ୍କର କୌଣସି ଟିସ୍ୟୁ ନଥିବା ରିପୋର୍ଟ ଦିଆଯାଇଥିଲା । ଯାହାକୁ ନେଇ ସନ୍ଦେହ ଉପୁଜିଲା ।

ଆଚାର୍ଯ୍ୟ ହରିହର ହସ୍ପିଟାଲ ସେହି ନମୁନାକୁ ଦେବାକୁ କହିଥିଲେ । ହେଲେ ଏସସିବି ହସ୍ପିଟାଲ ଦେଇନଥିଲା । ଏହାକୁ ନେଇ ସନ୍ଦେହ ବଢିିଥିଲା । ପରେ ଏସସିବିର ପାଥୋଲଜି କହିଥିଲା ପି-୬୩ ସ୍ଥାନରେ ପି-୫୩ ଲେଖା ହୋଇଛି । ଏହା ଭୁଲରେ ହୋଇଛି ବୋଲି କହିଥିଲା ପାଥୋଲଜି ।

ଏବେ ରୋଗୀ ଜଣଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।  ଏପରି ଭୁଲ ପାଇଁ କିଏ ରହିବ ଉତ୍ତରଦାୟୀ ରହିବେ । ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ଦାୟିତ୍ୱ ନେବେ କି ନା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କିଛି ବ୍ୟବସ୍ଥା କରିବେ ।
Leave A Reply

Your email address will not be published.