Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମମାଟିରେ ସମ୍ବଲପୁରୀ ଦିନ

ସୋନପୁର: ଅଗଷ୍ଟ ୧ ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡ଼ିଶା ବାସୀ ସମ୍ବଲପୁରୀ ଦିନ ଭାବେ ପାଳନ କରି ଆସୁଛନ୍ତି । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି ସମ୍ବଲପୁରୀ ଦିନ । ସୋନପୁର ସହରର ରୟାଲ ପଡ଼ିଆ ଠାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟଗୀତ ଓ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ସହ କଳାକାର ପିଲା ବୁଢା ସମସ୍ତେ ଆଜି ସମ୍ବଲପୁରୀ ଡ୍ରେସ୍ ପିନ୍ଧି ନାଚ ଗୀତରେ ଝୁମିଛନ୍ତି ।

ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୋଇଛନ୍ତି ଜିଲ୍ଲାବାସୀ । ଏହି ଅବସରରେ ଗୁରୁ ସତ୍ୟନାରାୟଣ  ବହିଦାରଙ୍କ ସ୍ମୃତିଚାରଣ ପାଇଁ ଏକ ସଭାର ଅୟୋଜନ ହୋଇଥିଲା । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ବରେଶ ପଣ୍ଡା, ବିଶିଷ୍ଟ ସମ୍ବଲୁପୁରୀ କଳାକର ଶାଶ୍ୱତ ତ୍ରିପାଠୀ, ସିନେ କଳାକାର ଡ. ପୁରୁଷୋତ୍ତମ ମିଶ୍ର ଯୋଗ ଦେଇଥିଲେ । ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ ଓ ପରମ୍ପରାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ପାଳନ ହେଉଛି ସମ୍ବଲପୁରୀ ଦିନ ।

ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲା ଏପରିକି ଏବେ ରାଜ୍ୟ ବାହାରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ କରାଯାଉଛି । ୧୯୧୩ ମସିହାରେ ଅଗଷ୍ଟ ୧ ତାରିଖ ସୋନପୁର ଜିଲ୍ଲାରେ ଗୁରୁ ସତ୍ୟନାରାୟଣ ବହିଦାର ଜନ୍ମ ଗ୍ରହଣ କରିଥିଲେ । ସମ୍ବଲପୁରୀ ଭାଷା ସାହିତ୍ୟରେ ଲେଖନୀ ସହିତ ଏହାର ପ୍ରଚାର ପ୍ରସାର ଦିଗରେ ଅଧିକ ଗୁରୁତ୍ୱ ଦେଇଥିଲେ ସେ । ତେଣୁ ଜନ୍ମଦିନର ଶତବାର୍ଷିକ ଅବସରେ ୨୦୧୩ରୁ ସାରା ପଶ୍ଚିମାଞ୍ଚଳରେ ଏହି ଦିବସ ପାଳନ ହୋଇ ଆସୁଛି ।

Leave A Reply

Your email address will not be published.