ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତୀୟ ରେସଲର ପୂଜା ଗେହେଲୋଟ ଓ ବକ୍ସର ଜସ୍ମିନ ଲାମ୍ବୋରିୟା ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପେଲଚେଜରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ୫୦ କିଗ୍ରା ବିଭାଗରେ ପୂଜା ସ୍କଟଲାଣ୍ଡର ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୨-୨ରେ ହରାଇଥିଲେ । ସେହିପରି ମହିଳା ବକ୍ସିଂ ୬୦ କିଗ୍ରା ବିଭାଗର ସେମି ଫାଇନାଲରେ ଇଂଲଣ୍ଡର ଗେମା ପେଜ ରିଚାର୍ଡସନ ୩-୨ରେ ଜସ୍ମିନଙ୍କୁ ପରାସ୍ତ କରିଥିଲେ । ତେବେ ସେମିରେ ପ୍ରବେଶ କରିଥିବାରୁ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଷ୍ଟିପେଲଚେଜରେ ଅବନିଶ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି । ଅନ୍ୟ ମୁକାବିଲା ମଧ୍ୟରେ ପ୍ରିୟଙ୍କା ଗୋସ୍ୱାମୀ ୧୦ହଜାର ମିଟର ରେସ ୱାକରେ ବ୍ରୋଞ୍ଜ ହାସଲ କରିଛନ୍ତି ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.