Latest Odisha News

BREAKING NEWS

ବଢ଼ିଲା ଗୃହରକ୍ଷୀଙ୍କ ଦରମା; ଏବେ ପାଇବେ ୧୨ ହଜାରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଲମ୍ବା ସମୟର ଦାବି ଆଂଶିକ ପୂରଣ କରିଛନ୍ତି ରାଜ୍ୟ ସରକାର ।  ରବିବାର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି ।

ଇସ୍ତାହାର ଅନୁଯାୟୀ, ସରକାର ଡିସିଏ (ଡେଲି କଲ୍ ଅପ୍ ଆଲାଉନ୍ସ)ରେ ୩୮ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି ।

ପୂର୍ବରୁ ଗୃହରକ୍ଷୀ ମାନଙ୍କୁ ଡିସିଏ ଭତ୍ତା ଆକାରରେ ଦୈନିକ ୩୦୦ ଟଙ୍କା ହିସାବରେ ମାସକୁ ୯୦୦୦ ଟଙ୍କା ମିଳୁଥିଲା । ଏବେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ସେମାନଙ୍କ ଡିସିଏ ମାସିକ ୧୨ ହଜାର ୪୮୦ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବ ଭଳି ମିଳିବ ବୋଲି ଇସ୍ତାହାରରେ ଉଲ୍ଲେଖ ଅଛି ।

Leave A Reply

Your email address will not be published.