Latest Odisha News

BREAKING NEWS

ଲୋନ୍ ଆପ୍ ଠକେଇ: ଗିରଫ ତିନି ଜଣଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର: ଜାଲି ଲୋନ ଆପ୍ ଠକେଇ ମାମଲାରେ ଓଡ଼ିଶା ଇଓଡବ୍ଲୁ ଗିରଫ କରିଥିବା ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ରବିବାର ରିମାଣ୍ଡରେ ନେଇଛି । ସେମାନେ ହେଉଛନ୍ତି – ନୀତିନ ମଲ୍ଲିକ, ସୁଶାନ୍ତ ଏବଂ ରକ୍ଷିତ ।

ନୀତିନ ମଲ୍ଲିକ ବିରୋଧରେ ଜିରଗାଓଁର ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଗିରଫ ପରଓ୍ୱାନା ରହିଛଇ । ସେହି ପରଓ୍ୱାନା ଭିତ୍ତିରେ ତାକୁ ରିମାଣ୍ଡରେ ନେବା ସହ ଅନ୍ୟ ଦୁଇ ଜଣକୁ ଓ୍ୱେଷ୍ଟ ରିଜିଅନ ସାଇବର ପୋଲିସ ଷ୍ଟେସନ ରିମାଣ୍ଡରେ ନେଇଛି ।

ସୂଚନାଯୋଗ୍ୟ, ସୁଶାନ୍ତ ଏବଂ ରଖିତ ଗତ ଜୁନ୍ ୧୦ ତାରିଖରେ ଇଓଡବ୍ଲୁ ଦ୍ୱାରା ଗିରଫ ହୋଇଥିଲେ । ନୀତିନ ମଲ୍ଲିକକୁ ଜୁଲାଇ ୨ ରେ ଓଡ଼ିଶା ଇଓଡବ୍ଲୁ ଗିରଫ କରିଥିଲା ।

Leave A Reply

Your email address will not be published.