Latest Odisha News

BREAKING NEWS

ଏଲଡସ, ଅମିତ ଓ ନୀତୁ ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ରବିବାର ୧୦ମ ଦିନରେ ଖବର ଲେଖାଯିବା ବେଳକୁ ଟ୍ରିପଲ ଜମ୍ପରେ ଏଲଡସ ପଲ, ବକ୍ସିରେ ଅମିତ ଫଙ୍ଗାଲ ଓ ନୀତୁ ସିଂ ସ୍ୱର୍ଣ୍ଣ ଜିତି ସାରିଛନ୍ତି । ଟ୍ରିପଲ ଜମ୍ପରେ ଭାରତୀୟ ଆଥଲେଟ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଏହି ଇଭେଂଟରେ ଭାରତ ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛି । ଏଲଡସ ୧୭.୦୩ ମିଟର ଦୂରତାକୁ ଜମ୍ପ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ଅବଦୁଲ୍ଲା ଅବୁବୈକର ୧୭.୦୨ ମିଟର ସହ ରୌପ୍ୟ ହାସଲ କରିଛନ୍ତି । ଏଲଡସଙ୍କ ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ପ୍ରଥମ ଭାରତୀୟ ଭାବେ ୧୭ ମିଟର ଦୂରତା ଅତିକ୍ରମ କରିଛନ୍ତି । ସବୁଠାରୁ ବଡ କଥା ପ୍ରବୀଣ ଚିତରଲେ ମାତ୍ର ୦.୦୩ ମିଟର ପଛେଇ ଯିବାରୁ ବ୍ରୋଞ୍ଜ ପଦକ ହାତଛଡା କରିଛନ୍ତି ।


ବକ୍ସିଂ: ବକ୍ସିଂ ପୁରୁଷ ୪୮-୫୧ କିଗ୍ରାରେ ଅମିତ ଫଙ୍ଗାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଫାଇନାଲରେ ଇଂଳଣ୍ଡର କେଆରଏନ ମ୍ୟାକଡୋନାଲ୍ଡଙ୍କୁ ୫-୦ ପଂଏଟରେ ପରାସ୍ତ କରିଥିଲେ । ପୂର୍ବରୁ ମହିଳା ୪୫-୪୮ କିଗ୍ରା ବିଭାଗରେ ନୀତୁ ଘଣସନ ଇଂଲଣ୍ଡର ଡେମି ଜାଡେଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତୀତ ୧୦ ହଜାର ମିଟର ୱାକ ରେସରେ ସନ୍ଦୀପ (୩୮:୪୨.୩୩ ମିନିଟ) ବ୍ରୋଞ୍ଜ ଓ ଅନ୍ନୁ ରାନୀ ମହିଳା ଜାଭେଲିନ ଥ୍ରୋ(୬୦ ମିଟର)ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି । ବ୍ୟାଡମିଂନରେ ଲକ୍ଷ୍ୟ ସେନ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରି ସାରିଛନ୍ତି ।

Leave A Reply

Your email address will not be published.