ଅଲଭର: ବିଶ୍ୱାସ ନ ହେଲେ ବି ସତ୍ୟ । ଅତ୍ୟାଧୂନିକ ଚିକିତ୍ସା ବ୍ୟବସ୍ଥା ଏବଂ ବିଶ୍ୱାସ ବଳରେ ରାଜସ୍ଥାନର ଚନ୍ଦ୍ରାବତୀ ୭୦ ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋପୀଚାନ୍ଦ (୭୫ ବର୍ଷ)ଏବଂ ଚନ୍ଦ୍ରାବତୀ ୫୪ ବର୍ଷ ତଳେ ବିବାହ କରିଥିଲେ । ଗୋପୀଚାନ୍ଦ ଜଣେ ପୂର୍ବତନ ସୈନିକ ଥିଲେ ଏବଂ ବାଂଲାଦେଶ ଯୁଦ୍ଧ ସମୟରେ ତାଙ୍କ ଗୋଡରେ ଗୁଳି ବାଜିଥିଲା । ସମସ୍ତ ଉଦ୍ୟମ ସତ୍ୱେ ସେମାନେ ସନ୍ତାନ ସୁଖ ପାଇପାରି ନ ଥିଲେ । ଶେଷରେ ଡାକ୍ତର ପଙ୍କଜ ଗୁପ୍ତାଙ୍କ ପରାମର୍ଶରେ ସେମାନେ ଆଇଭିଏଫ ମାଧ୍ୟମରେ ଉଦ୍ୟମ କରିଥିଲେ । ଭଗବାନ ସେମାନଙ୍କ ଡାକ ଶୁଣିଥିଲେ ଏବଂ ଶେଷରେ ଚନ୍ଦ୍ରାବତୀ ମାଆ ହୋଇଥିଲେ । ଗୋପୀଚାନ୍ଦ ମଧ୍ୟ ବଂଶ ରକ୍ଷା ହେଇଯିବା ନେଇ ବେଶ ଖୁସି ଥିଲେ କାରଣ ସେ ତାଙ୍କ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ । ମାଆ ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
BREAKING NEWS
- ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା
- ପ୍ରଚାର ବେଳେ ବୃଦ୍ଧାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ
- ରେଭେନ୍ନା ବାପା-ପୁଅଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି
- ରୋହିତ କହିଲେ ‘ସରି ରିଙ୍କୁ’!
- ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ
- ୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ
- ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
- ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ
- ପ୍ରାର୍ଥୀ ବଦଳ ଜାଣିପାରି ଫେରାଇଦେଲେ ଟିକଟ; ଅଜୟ କୁମାର
- ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍ କରି ନାହାନ୍ତି