କୋଲକାତା: ଟିଏମସିକୁ ଆଜି ବଡ ଝଟକା ଲାଗିଛି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପବନ କେ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସି ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇବା ସହ ଏହାକୁ ମଂଜୁର କରିବା ପାଇଁ ଅନୁରୋଧ କରିଛନ୍ତି । କେଉଁ କାରଣ ପାଇଁ ସେ ଏତେ ବଡ ନିଷ୍ପତି ନେଇଛନ୍ତି ତାହା କିନ୍ତୁ ପବନ ସ୍ପଷ୍ଟ କରି ନାହାନ୍ତି । ମମତାଙ୍କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରଛନ୍ତି ଯେ, ମୋର ଇସ୍ତଫା ଗ୍ରହଣ କରନ୍ତୁ । ମୁଁ ଆପଣଙ୍କ ସ୍ନେହ ଓ ଶିଷ୍ଟାଚାର ପାଇଁ ଧନ୍ୟବାଦ ଦେବାକୁ ଚାହେଁ । ମୁଁ ସର୍ବଦା ଆପଣଙ୍କ ସମ୍ପର୍କରେ ରହିବାକୁ ଚାହେଁ । ସମସ୍ତଙ୍କୁ ଶୁଭକାମନା । ଗତକାଲି ବିଜେପିର ଶୁଭେନ୍ଦୁ ଅଧିକାରୀ ଡିସେମ୍ବର ସୁଦ୍ଧା ଟିମଏସି ସରକାର ଭାଙ୍ଗିଯିବା କହିବା ପରେ ଏଠାରେ ରାଜନୀତିରେ ଏବେ ଉଷ୍ମତା ଭରିଛି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.