Latest Odisha News

BREAKING NEWS

ସ୍ବାଧୀନତା ସଂଗ୍ରାମ ସମୟର ନାରା: ଯାହା ଦେଶବାସୀଙ୍କ ମଧ୍ୟରେ ଭରିଥିଲା ଯୋଶ୍

ଦେଶ ସ୍ବାଧୀନତା ପାଇଁ ହଜାର ହଜାର ସ୍ବାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲେ । ଇଂରେଜ ସରକାରଙ୍କ ବିରୋଧରେ ସେ ସମୟରେ ଏପରି କିଛି ନାରା ଦିଆଯାଇଥିଲା ଯାହା ଆଜି ବି ସମସ୍ତଙ୍କ ହୃଦୟରେ ରୋମାଂଚ ଭରିଦିଏ । ଏଭଳି କିଛି  ପ୍ରସିଦ୍ଧ ସ୍ଲୋଗାନ ବିଷୟରେ ଆସନ୍ତୁ ଜାଣିବା । ଯାହାକୁ ଆପଣ ଭାଷଣ କିମ୍ବା ସ୍ବାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ।

ବନ୍ଦେ ମାତରମ୍: ଏହି ସ୍ଲୋଗାନକୁ ବଙ୍କିମ ଚନ୍ଦ୍ର ଚାଟାର୍ଜୀ କହିଥିଲେ । ଏହି ନାରା ସ୍ବାଧୀନତା ସଂଗ୍ରାମୀମାନେ ସବୁ ସମୟରେ ବ୍ୟବହାର କରୁଥିଲେ ।

ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି: ଏହା ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ  । ଏହି ସ୍ଲୋଗାନ ଭାରତବାସୀଙ୍କୁ ଇଂରେଜ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ବଡ଼ କାରଣ ହୋଇଥିଲା ।

ସତ୍ୟମେବ ଜୟତେ: ଏହି ସ୍ଲୋଗାନକୁ ପଣ୍ଡିତ ମଦନ ମୋହନ ମାଲାଭିଅ ବ୍ୟବହାର କରିଥିଲେ । ପରେ ସମସ୍ତେ ଏହାକୁ ବାରମ୍ବାର ବ୍ୟବହାର କରିଥିଲେ ।

ଇନକିଲାବ ଜିନ୍ଦାବାଦ: ଭଗତ ସିଂଙ୍କ ଏହି ସ୍ଲୋଗାନ ଦେଶପ୍ରେମୀଙ୍କ ସବୁଠାରୁ ପ୍ରିୟ ସ୍ଲୋଗାନ ଥିଲା । ଆଜି ବି ଯୁବ ବର୍ଗ ଏହି ସ୍ଲୋଗାନଙ୍କୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି ।

ଜୟ ହିନ୍ଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ସ୍ଲୋଗାନଟି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଛି । ଆଜି ବି ପ୍ରତି ଭାଷଣ ଶେଷରେ ଜୟ ହିନ୍ଦ କୁହାଯାଇଥାଏ ।

ସ୍ୱରାଜ ମୋର ଜନ୍ମ ଅଧିକାର ଏବଂ ମୋର ଏହା ସବୁଦିନ ପାଇଁ ରହିବ: ବାଲ ଗଙ୍ଗାଧର ତିଲକ ଏହି ସ୍ଲୋଗାନ ଦେଇଥିଲେ ।

 

ସାରେ ଜାହାନ ସେ ଆଛା ହିନ୍ଦୁସ୍ତାନ ହାମାରା: ଆଲାମା ଇକବାଲଙ୍କ ଏହି ସ୍ଲୋଗାନ ମଧ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ  ବହୁତ ପସନ୍ଦ ସ୍ଲୋଗାନ ଥିଲା

ସରଫାରୋଶୀ ତମନ୍ନା ଅବ ହମାରି ଦିଲ ମେ ହେଁ, ଦେଖନା ହେ ଜୋର କିତନା , ବାଜୁ-ଏ କାତିଲ ମେ ହେଁ – ଏହି ସ୍ଲୋଗାନକୁ ରାମପ୍ରସାଦ ବିସ୍ମିଲା ଦେଇଥିଲେ  ।

ଆଜାଦ ହି ରହିଁହେ ,ଆଜାଦ ହିଁ ରହେଁଙ୍ଗେ : ଚନ୍ଦ୍ର ଶେଖର ଆଜାଦଙ୍କ ଏହି ସ୍ଲୋଗାନ ସବୁଦିନ ପାଇଁ ଅମର ହୋଇ ରହିଛି

 

 

Leave A Reply

Your email address will not be published.