Latest Odisha News

BREAKING NEWS

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶରେ ତ୍ରିରଙ୍ଗା ଉଡାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯଦି ଆପଣ ମଧ୍ୟ ନିଜ ଘରେ ଜାତୀୟ ପତାକା ଉଡାଇବାକୁ ଚାହୁଁଛନ୍ତି  ତେବେ ଆପଣ ଏହା ସହିତ ଜଡିତ ନିୟମ  ଜାଣିବା ଉଚିତ୍ । ଏହାକୁ ଅପମାନିତ କଲେ  ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି । ପତାକା ଉତ୍ତୋଳନକୁ  ନେଇ ଭାରତ ସରକାର କିଛି ନିୟମ ସ୍ଥିର କରିଛନ୍ତି। ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ ଏହି ନିୟମଗୁଡିକ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।  ତ୍ରିରଙ୍ଗା ଉତ୍ତୋଳନ କରିବାର ନିୟମ ‘ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ 2002’ (ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ) ନାମକ ଆଇନରେ ଏସବୁ ବିଷୟରେ ଉଲ୍ଲେଖ ରହିଛି ।

24 ଘଣ୍ଟା ପାଇଁ ଜାତୀୟ ପତାକା ଖୋଲା ସ୍ଥାନରେ ଉଡାଯାଇପାରିବ । ଯେଉଁଠାରେ ପତାକା ଉତ୍ତୋଳନ କରାଯିବ, ଏହାକୁ ପୂର୍ଣ୍ଣ ସମ୍ମାନ ସହିତ ଉଡାଇବା ଉଚିତ । ପତାକାକୁ ପାଣିରେ ଭିଜାଇବା ଉଚିତ୍ ନୁହେଁ କିମ୍ବା ଏହାକୁ ନଷ୍ଟ କରିବା ଉଚିତ ନୁହେଁ । ପତାକା ହାତ କିମ୍ବା ମେସିନ୍ ଦ୍ୱାରା ନିର୍ମିତ ହୋଇପାରିବ । ପତାକାର ଆକୃତି ଆୟତାକାର ହେବା ଉଚିତ୍ ।  ଏହାର ଲମ୍ବ ଏବଂ ପ୍ରସ୍ଥର ଅନୁପାତ 3: 2 ହେବା ଉଚିତ  । ଅଶୋକା ଚକ୍ରର କିଛି  ମାପ ନାହିଁ, କେବଳ 24 ଟି ସ୍ପ୍ଲେନ୍ ରହିବା ଆବଶ୍ୟକ । ପତାକାକୁ କେବେବି ଛିଣ୍ଡାଯିବା କିମ୍ବା ଅପରିଷ୍କାର କରିବା ଉଚିତ୍ ନୁହେଁ  । ପତାକାକୁ କୖାଣସି ପ୍ରକାରର ୟୁନିଫର୍ମରେ ବ୍ୟବହାର କରାଯାଇପାରିବ ନାହିଁ  ।

କୖାଣସି ପରିସ୍ଥିତିରେ ପତାକା  ଭୂମି ସ୍ପର୍ଶ କରିବା ଉଚିତ୍ ନୁହେଁ  ।  ଜାତୀୟ ପତାକାଠାରୁ ଅନ୍ୟ କୖାଣସି  ପତାକା  ଉଚ୍ଚ କରାଯାଇପାରିବ ନାହିଁ  । ପତାକା କୁ ଅପମାନଜନକ ଅବସ୍ଥାରେ ପାଟିରେ କିମ୍ବା ବ୍ୟବହାରରେ ଦର୍ଶାଇଲେ ଦଣ୍ଡିତ ହେବେ । ପତାକାକୁ ଅପମାନ ହେଲା ଭଳି କିଛି କଲେ କାରାଦଣ୍ଡ ସହିତ ଦଣ୍ଡିତ ହେବେ, ଯାହା ଜେଲ ଦଣ୍ଡ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ, କିମ୍ବା ଜରିମାନା ବି ହୋଇପାରେ ।  ପତାକା ଉପରେ କିଛି ତିଆରି କରିବା ବେଆଇନ କିଛି ବି ଲେଖିବା ବେଆଇନ ଧରାଯିବ ।  ଯଦି ପତାକା ଛିଣ୍ଡିଗଲା କିମ୍ବା ମଇଳା ହୋଇଯାଏ, ତେବେ ଏହାକୁ ଏକ ନିର୍ଜନ ସ୍ଥାନରେ ନଷ୍ଟ କରାଯିବା ଉଚିତ । ପତାକାକୁ ରଖିବା ବେଳେ ପୂର୍ଣ୍ଣ ସମ୍ମାନ ସହିତ ଭାଙ୍ଗିକି ରଖିବାକୁ ପଡିବ ।

ଜାତୀୟ ପତାକାକୁ  ଫୋପାଡିବା ବା  କ୍ଷତି କଲେ ଦଣ୍ଡିତ ହେବେ । ଗାଇଡଲାଇନ ଅନୁଯାୟୀ ଜାତୀୟ ପତାକା ବିସର୍ଜନ କରିବାର ଦୁଇଟି ପଦ୍ଧତି ଅଛି। ଗୋଟିଏ ହେଉଛି ଆପଣ ମାଟି ତଳେ ପୋତିଦେଇ ପାରିବେ କିମ୍ବା ଜାଳିଦେଇ ନଷ୍ଟ କରିପାରିବେ । କୖାଣସି କାରଣରୁ ଅତ୍ୟଧିକ ମଇଳା କିମ୍ବା ଛିଣ୍ଡାଯାଇଥିବା ଜାତୀୟ ପତାକାକୁ  କାଠ ବାକ୍ସ ଭିତରେ ନେଇ ମାଟିତଳେ ପୋତିବାକୁ ପଡିବ । ଏହା  ସହିତ ସମ୍ମାନର ସହ ଫୋଲ୍ଡ  କରି କାଠ ବାକ୍ସରେ ରଖିବାକୁ ପଡିବ ।  ତା’ପରେ ଏହାକୁ  ପରିଷ୍କାର ଥିବା ସ୍ଥାନରେ ଭୂମିରେ ପୋତି ଦିଆଯାଇପାରିବ ।  ଏହିପରି ସେହି ସ୍ଥାନରେ ଦୁଇ ମିନିଟ୍ ନୀରବତା ରହିବାକୁ ପଡିବ । ଅନ୍ୟ ଏକ ଉପାୟ ହେଉଛି ଜଳାଇବା ।  ଏଥିପାଇଁ କାଠକୁ ଏକ ସଫା ସ୍ଥାନରେ ରଖିବାକୁ ପଡ଼ିବ । ଏହା ପରେ ଚିରା କିମ୍ବା ମଇଳା ହୋଇଥିବା ପତାକାରେ ନିଆଁ ଲଗାଇବାକୁ ପଡ଼ିବ ।  ନିଆଁ ଲଗାଇବା ପୂର୍ବରୁ ପତାକାକୁ ସମ୍ମାନର ସହିତ ଫୋଲ୍ଡ କରିବାକୁ ପଡିବ  ।  ଜାତୀୟ ପତାକା ଆମର ଗର୍ବ ଓ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏହି ସବୁ ନିୟମକୁ ମାନିବାକୁ ପଡିବ ।

Leave A Reply

Your email address will not be published.