ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଭାରତୀୟ ଫୁଟବଲ ମହାସଂଘଙ୍କୁ ନିଲମ୍ବିତ କରିଛି । ଏହି ଘଟଣାରେ ଭାରତ ସରକାର ମୁଣ୍ଡ ପୂରାଇ ଶୀଘ୍ର ଏହି ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲାକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବା ସହ କାଲି ଏହି ଘଟଣାର ଶୁଣାଣୀ କରିବା ପାଇଁ ଅନୁରୋଧ କରିଛନ୍ତି । ମଙ୍ଗଳବାର ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ ଯୋଗୁ ଏହାର ନିୟମ ଓ ସମ୍ବିଧାନର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଏଆଇଏଫଏଫକୁ ନିଲମ୍ବିତ କରିଛି । ୮୫ ବର୍ଷ ଇତିହାସରେ ଫିଫା ପ୍ରଥମ ଥର ପାଇଁ ନିଲମ୍ବିତ ହୋଇଛନ୍ତି । ଫିଫାର ଏହି କଠୋର ନିଷ୍ପତି ଯୋଗୁ ଅକ୍ଟୋବରରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ହରାଇବାକୁ ପଡିଛି । ବୁଧବାର ଶୁଣାଣୀ ପରେ ଏହି ଘଟଣାର ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
BREAKING NEWS
- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ
- Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା ଢଙ୍ଗରେ ଦେଲେ ଖୁସିଖବର
- IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…
- ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…
- ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ
- Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍… ବଢ଼ିବ EMI
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
- ‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ ଭାଷଣ
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…

Comments are closed.