Latest Odisha News

ଏଥର ୨୦୧୧ ପରି ରାଜ୍ୟରେ ବନ୍ୟା, ଆହୁରି ୪ ଦିନ ବନ୍ୟା ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର । ରାଜୀବ ଭବନରେ ବିଭିନ୍ନ ଅଧିକାରୀଙ୍କ ସହ ବନ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି।

ଏସଆରସି ପ୍ରଦୀପ ଜେନା କହିଛନ୍ତି, ରାଜ୍ୟରେ ଆହୁରି ୪ ଦିନ ବନ୍ୟା ସ୍ଥିତି ଲାଗି ରହିବ। ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । କଟକ ମୁଣ୍ଡୁଳିରେ ଏବେ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି  ନିଷ୍କାସି ହେଉଛି । ଏହା କିଛି ସମୟ ପରେ ବଢି ଘଣ୍ଟାକୁ ୨୫ ହଜାର କ୍ୟୁସେକ ହେବ। ଗତକାସି ୪୦ଟି ଗେଟ୍ ହୀରାକୁଦ ଡ୍ୟାମରୁ ଖୋଲିବା ପରେ ସେହି ବନ୍ୟା ପାଣି ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପହଞ୍ଚିବ।

ପ୍ରାୟ ୯ରୁ ୧୦ଲକ୍ଷ କ୍ୟୁସେକ ପାଣି ଏହି ସମୟରେ ମୁଣ୍ଡୁଳୀରୁ ନିଷ୍କାସିତ ହେବ। ଆଉ ଏହି ପାଣି ପାଇଁ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ାରେ ପ୍ରବେଶ କରିବ। ତେଣୁ ଏହି ସବୁ ଜିଲ୍ଲା ବନ୍ୟାରେ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇସାରିଛି । ଲୋକଙ୍କ ଉଦ୍ଧାରକାର୍ଯ୍ୟ ପାଇଁ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ଟିମକୁ ପଠାଯାଇଛି।

ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ ୪ଟି ଘାଇ ହୋଇଛି।ଘାଇ ମରାମତି କରାଯାଉଛି। ଘାଳିଆ ମଧ୍ୟ ମରା ଯାଇଛି। ବିଭିନ୍ନ ସ୍ଥାନରେ ରେସକ୍ୟୁ ଅପରେସନ ଚାଲିଛି। ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।

୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି ବୋଲି ଏସଆରସି କହିଛନ୍ତି। ଅନ୍ୟପଟେ ଆସନ୍ତାକାଲିଠୁ ବର୍ଷା ହେବ। ୧୮ ବେଳକୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବ୍ରାହ୍ମଣୀ ଓ ବୈତରଣୀ କୂଳରେ ଅଧିକ ବର୍ଷା ହେବ ବୋଲି ସୂଚନା ରହିଛି। ତେଣୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି।

Comments are closed.