Latest Odisha News

BREAKING NEWS

ରୋହିଙ୍ଗ୍ୟା ପ୍ରସଙ୍ଗରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ଛାତ ତଳକୁ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଖୋଲା ଆକାଶ ତଳେ ତମ୍ବୁ ବାନ୍ଧି ରହୁଥିବା ପ୍ରାୟ ୧,୧୦୦ ରୋହିଙ୍ଗ୍ୟା ବା ଶରଣାର୍ଥୀଙ୍କୁ ଖୁବ୍ ଶୀଘ୍ର ମୌଳିକ ସୁବିଧା ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଥିବା ପକ୍କା ଘରକୁ ସ୍ଥାନାନ୍ତର କରାଯିବ। ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କ ରହିବା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦିଲ୍ଲୀ ସରକାର, ଦିଲ୍ଲୀ ପୋଲିସ ଓ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

“ଏହି ଶରଣାର୍ଥୀମାନଙ୍କୁ ଖୁବଶୀଘ୍ର ବାହାର ଦିଲ୍ଲୀର ବକ୍କରବାଲା ଗାଁରେ ଥିବା ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ (ଏନଡିଏମସି) ଫ୍ଲାଟକୁ ସ୍ଥାନାନ୍ତର କରାଯିବ। ଖବର ସରବରାହ ସଂସ୍ଥା ଏଏନଆଇକୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଆର୍ଥିକ ଦୁର୍ବଳ ବର୍ଗର ସମୁଦାୟ ୨୫୦ଟି ଫ୍ଲାଟ୍ ରହିଛି । ଯେଉଁଠାରେ ଏବେ ମଦନପୁର ଖାଦର କ୍ୟାମ୍ପରେ ରହୁଥିବା ସମସ୍ତ ୧,୧୦୦ ରୋହିଙ୍ଗ୍ୟାଙ୍କୁ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଫ୍ଲାଟ୍ ଗୁଡ଼ିକ ଯେଉଁ ସ୍ଥାନରେ ରହିଛି ସେଠାକୁ ସୁରକ୍ଷା ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଫ୍ୟାନ୍ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାରଙ୍କ ସମାଜ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତିନି ଥର ଖାଇବାକୁ, ଲ୍ୟାଣ୍ଡଲାଇନ୍ ଫୋନ୍, ନୂତନ କ୍ୟାମ୍ପସରେ ଟେଲିଭିଜନ ଏବଂ ମନୋରଞ୍ଜନ ସୁବିଧା ଆଦି ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏତଦ ବ୍ୟତୀତ ଏହି ଫ୍ଲାଟ ଗୁଡିକୁ ସ୍ଥାନାନ୍ତରିତ ହେବାକୁ ଥିବା ସମସ୍ତ ରୋହିଙ୍ଗ୍ୟାଙ୍କ ନିକଟରେ ଜାତିସଙ୍ଘ ଶରଣାର୍ଥୀ ଉଚ୍ଚାୟୁକ୍ତଙ୍କ ସ୍ୱତନ୍ତ୍ର ପରିଚୟ ପତ୍ର ରହିଛି ଏବଂ ସେମାନଙ୍କ ବିବରଣୀ ରେକର୍ଡରେ ରହିଛି।

କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂହ ପୁରୀ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ତମ୍ବୁରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମୌଳିକ ସୁବିଧା ଓ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଥିବା ଫ୍ଲାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଶରଣ ମାଗିଛନ୍ତି ସେମାନଙ୍କୁ ଭାରତ ସବୁବେଳେ ସ୍ୱାଗତ କରିଆସିଛି ଏବଂ ଏହି ପଦକ୍ଷେପକୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.