Latest Odisha News

BREAKING NEWS

ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଏଜବାଷ୍ଟନ: ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପାଇବାକୁ ପାକିସ୍ତାନ ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିବା ଲାଗି ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରୁଛି । କିୱି କ୍ୟାପଟେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । କିୱି ଦଳ ୧୫ ଓଭର ଖେଳି ଏପର୍ଯ୍ୟନ୍ତ ୫୨ ରନରେ ୪ଟି ମୂଲ୍ୟବାନ ୱିକେଟ ହରାଇଛି । ନ୍ୟୁଜିଲାଣ୍ଡର ଦୁଇ ଓପନର୍ ୨୪ ରନରେ ଆଉଟ୍ ହେବା ପରେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ରୋଜ୍ ଟେଲର୍ ୩ୟ କିୱି ୱିକେଟ ଭାବେ ଆଉଟ ହୋଇଛନ୍ତି । ଲାଥାମ ମଧ୍ୟ ୧ ରନ କରି ନିଜ ୱିକେଟ ହରାଇଛନ୍ତି । ଶାହେନଶାହ ଆଫ୍ରିଦି ୫ ଓଭର ବୋଲିଂ କରି ୩ଟି ୱିକେଟ ଅକ୍ତିଆର କରିଛନ୍ତି । ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟି ଦଳ ଏବେ ସଂଘର୍ଷ କରୁଛି ।

ପାକିସ୍ତାନୀ ଫାଷ୍ଟ ବୋଲର୍ ମହମ୍ମଦ ଅମିର ଓ ଶାହ ଆଫ୍ରିଦି ଚମତ୍କାର ବୋଲିଂ ପ୍ରଦର୍ଶନ କରି ମାତ୍ର ୫ ଓଭରରେ ୩ଟି କିୱି ୱିକେଟ ଅକ୍ତିଆର କରିଛନ୍ତି । ନ୍ୟୁଜିଲାଣ୍ଡ ୬ଟି ମ୍ୟାଚରେ ୫ଟି ବିଜୟ ହାସଲ କରିଥିଲେ ମଧ୍ୟ ଏହି ମ୍ୟାଚରେ ପାକିସ୍ତାନର କଡ୍ଡା ମୁକାବିଲାର ସମ୍ମୁଖୀନ ହୋଇଛି ।

ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ସାରିଥିବା ପାକିସ୍ତାନ ଦଳ ୩ଟି ମ୍ୟାଚରେ ପରାସ୍ତ ହୋଇଛି ଏବଂ ମାତ୍ର ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ପଏଣ୍ଟ ତାଲିକାର ୭ ନଂ ସ୍ଥାନରେ ଥିବା ପାକିସ୍ତାନୀ ଦଳ ୫ ପଏଣ୍ଟ ହାସଲ କରିଛି । କିୱି ଦଳ ଲାଗି ଏହି ମ୍ୟାଚ ବିଶେଷ ଗୁରୁତ୍ୱପୂର୍ଣ୍ଣ ନଥିଲେ ମଧ୍ୟ ପାକିସ୍ତାନ ଲାଗି ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ପାକିସ୍ତାନ କପ୍ତାନ ସର୍ଫରାଜ ଅହମ୍ମଦ ଏହି ମ୍ୟାଚ ଜିତିବା ନେଇ ବେଶ୍ ଆଶାବାଦୀ ଅଛନ୍ତି । ଏଜବାଷ୍ଟେନରେ ନ୍ୟୁଜିଲାଣ୍ଡ ସଙ୍ଗେ ମ୍ୟାଚ ଖେଳିବା ପୂର୍ବରୁ ସେ କହିଛନ୍ତି, “ଆମ ଦଳ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଚେଷ୍ଟା କରିବ । ଆମେ ପୁରା ଦମ୍ ଲଗାଇ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବୁ ।”

ନ୍ୟୁଜିଲାଣ୍ଡ ସମୁଦାୟ ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହାସଲ କରି ଅପରାଜେୟ ଦଳ ଭାବେ ନିଜର ଶ୍ରେଷ୍ଠତ୍ୱ ଜାହିର କରିଛି । କିୱି ଦଳ ୧୧ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ପଛକୁ ତାଲିକାର ୨ୟ ସ୍ଥାନରେ ରହିଛି । କଙ୍ଗାରୁ ଦଳ ସେମିଫାଇନାଲରେ ସ୍ଥାନ ହାସଲ କରି ସାରିଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ରହିବାକୁ ଚେଷ୍ଟା କରିବ ।

Leave A Reply

Your email address will not be published.