Latest Odisha News

ଫରିଦାବାଦରେ ହରିଆଣା କଂଗ୍ରେସ ମୁଖପାତ୍ରଙ୍କୁ ଗୁଳି କରି ହତ୍ୟା

ଫରିଦାବାଦ : ହରିଆଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଦିନ କେହି ଅଜଣା ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି।

ଫରିଦାବାଦର ୯ ନଂ ସେକ୍ଟର ଅଞ୍ଚଳରେ ଥିବା ଏକ ଜିମ୍ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ ପାଖାପାଖି ୪ ଜଣ ବ୍ୟକ୍ତି ଏକ ମାରୁତି ସୁଜିକି ଏସଏକ୍ସ୪ କାରରେ ଆସି ହଠାତ୍ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି ଏନଡିଟିଭି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ୩୮ ବର୍ଷୀୟ ବିକାଶ ନିକଟରେ ଆଇଏନଏଲଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ।

Leave A Reply

Your email address will not be published.