Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନାଧାର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପୁସ୍ତକ ନୁହେ ଜ୍ଞାନଘର
ଗ୍ରଂଥ ବି ନୁହେ ଜ୍ଞାନାଧାର
ଶାସ୍ତ୍ରୋକ୍ତ ନୀତି ଓ ବିଧାନ
ହୋଇନାହାଂତି ଚିରଂତନ

ଯେତେ ଶୀଘ୍ର ବଦଳେ ମନ
ସେତେ ଚଂଚଳ ବହିମାନ
କେହି ତ କରେନି ଲିଖନ
ମୁଦ୍ରଣ ଆଉ ପ୍ରକାଶନ

ଜ୍ଞାନାଗ୍ରହୀ ମନୁଷ୍ୟ ମନ
ପ୍ରତ୍ୟକ୍ଷ ଜ୍ଞାନ ଆହରଣ
ଯେହେତୁ କରେ ପ୍ରତି କ୍ଷଣ
ତାହା ହିଁ ତା ନିଜର ଜ୍ଞାନ

ତଥ୍ୟାନୁଯାୟୀ ହେଲେ ଜ୍ଞାନ
ଗ୍ରଂଥରେ ପାଇଥାଏ ସ୍ଥାନ
ହେଲେ ଏପରି ଜ୍ଞାନାଶ୍ରୟୀ
ମୌଳବାଦୀ ନ ହୁଏ କେହି

ଯାହାର ଯେତେ ଆବଶ୍ୟକ
ପାଆଂତି ଜ୍ଞାନ ବହୁ ଲୋକ
ତାହାକୁ କରଂତି ସ୍ବୀକାର
ଚଳାଂତି ଘର ପରିବାର

ସେ ଜ୍ଞାନ କରିଲେ ପ୍ରୟୋଗ
ପାଆଂତି ଦୁର୍ଯୋଗ, ସୁଯୋଗ
ତହିଁରୁ ନିଜେ ନିଜେ ଶିଖି
ହୁଅଂତି ସମୟର ସାକ୍ଷୀ

 

Comments are closed.