Latest Odisha News

BREAKING NEWS

ଜବର ଦଖଲକାରୀଙ୍କ କବଳରେ ୧୯,୦୦୦ ଏକର ସରକାରୀ ଜମି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୯,୪୫୦ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି ।

ବିଧାନସଭାରେ ଗୁରୁବାର ଦିନ ଗୃହର ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ସୁନ୍ଦରଗଡରେ ପ୍ରାୟ ୬,୭୩୬ ଏକର ସରକାରୀ ଜମି, ଗଞ୍ଜାମରେ ୨,୮୭୭ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୮୭୬ ଏକର ଜମି ଜବରଦଖଲ ହୋଇ ରହିଛି ।

ଏସମ୍ପର୍କରେ ମାରାଣ୍ଡି ଆହୁରି ମଧ୍ୟ କହିଛନ୍ତି ଯେ, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାରେ ଥିବା କୌଣସି ସରକାରୀ ଜମି ଜବରଦଖଲ ହୋଇନାହିଁ ।

Leave A Reply

Your email address will not be published.