Latest Odisha News

୨୨ ବର୍ଷ ସରକାରର ଭୁଲ୍ ନୀତି ପାଇଁ ଦୁର୍ଦ୍ଦଶାରେ ବିପନ୍ନ: ପିସିସି ସଭାପତି

ଭୁବନେଶ୍ୱର: ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାରଙ୍କ ଭୁଲ ନୀତି ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଏପରି କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ। ଏହାପୂର୍ବରୁ ସମାନ କଥା କହି ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଥିଲା।

ପିସିସି ସଭାପତି କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ। ଏହାକୁ ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ବନ୍ୟା ବେଳେ ରାଜ୍ୟ ସରକାର ପ୍ରତିଟି ଜୀବନ ମୂଲ୍ୟବାନ । ଯେପରି କାହାର ଜୀବନ ନଯାଏ ସେ ନେଇ ରାଜ୍ୟ ସରକାର ସତର୍କ ବୋଲି କହିଛନ୍ତି। ହେଲେ ଏହି ବନ୍ୟାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ନୂଆ ପିସିସି ସଭାପତି କହିଛନ୍ତି।

ରାଜ୍ୟରେ ଅନେକ ନଦୀ ବନ୍ଧ ମୁକୁଳା ପଡିଛି । ଯାହା ମରାମତି ଆବଶ୍ୟକ କରୁଛି। ଯଦି ମରାମତି ହୋଇଥାନ୍ତା ତାହେଲେ ହୁଏତ ଏଭଳି ଅବସ୍ଥା ଭୋଗିବାକୁ ପଡିନଥାନ୍ତା। ଯେଉଁଥିପାଇଁ ଏବେ ବି ରାଜ୍ୟର ୧୦ ଲକ୍ଷ ଲୋକ ଜଳବନ୍ଦୀ ଘେରରେ ରହିଛନ୍ତି। ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିପାରୁନି । ଦୀର୍ଘ ୨୨ ବର୍ଷ ହେବ କ୍ଷମତାରେ ରହିଛି ଏହି ସରକାର। ହେଲେ ଆବଶ୍ୟକ ମରାମତି ଯଦି କରିଥାନ୍ତେ ତାହାଲେ ଆଜି ଲୋକମାନେ ବନ୍ୟା ପାଇଁ ଦୁର୍ଦ୍ଦଶାରେ ପଡ଼ି ନଥାନ୍ତେ ବୋଲି ଏହି କଂଗ୍ରେସ ନେତା କହିଛନ୍ତି।

ବନ୍ୟା ପାଇଁ ଚାଷୀକୂଳ କ୍ଷତି ସହିଛୁ, ସହୁଛି ମଧ୍ୟ। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର। ବିଶେଷଜ୍ଞ ସହ ଆଲୋଚନା କରାଯାଇ ସ୍ଥାୟୀ ସମାଧାନ ଦିଗରେ କାମ ହେବା ଦରକାର। ଏଥିସହିତ ରାଜ୍ୟ ସରକାର ଏ ନେଇ ସର୍ବ ଦଳୀୟ ବୈଠକ ଡାକି କାମ କରିବା ଦରକାର ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ପିସିସି ସଭାପତି ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ।

Comments are closed.