Latest Odisha News

ଆଜି ଭାରତ ପାକିସ୍ତାନ ମହାମୁକାବିଲା : କିଏ ଜିତିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସଂଧ୍ୟାରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା । ଦୁବାଇରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ଉଦଘାଟନୀ ମ୍ୟାଚରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି ଆଫଗାନିସ୍ତାନ । କିନ୍ତୁ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି ଆଜିର ମ୍ୟାଚ ଉପରେ । ସଂଧ୍ୟାରେ ସାମ୍ନାସାମ୍ନୀ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ । ଆଜିର ମ୍ୟାଚରେ କାହା ପଲା ଭାରି ଏବଂ କି ଜିତିବ ତାକୁ ନେଇ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି ।

ଏବେ ସବୁଠି ଭାରତ-ପାକିସ୍ତାନ ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନ୍ ରେ କିଏ କିଏ ରହିବେ ତାକୁ ନେଇ ଚର୍ଚା । ଗତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ଠାରୁ ୧୦ ଓ୍ବିକେଟରେ ଶୋଚନୀୟ ପରାଜୟକୁ ଭୁଲିପାରି ନାହାନ୍ତି ଭାରତୀୟ ପ୍ରଶଂସକ । ତେଣୁ ଆଜି ଗତବର୍ଷର ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବେ ରୋହିତ ବାହିନୀ । ତେବେ ପାକିସ୍ତାନ ବିପକ୍ଷରେ ଦଳର ପ୍ଲେଇଂ ଇଲେଭେନ୍‌ ଏଭଳି ହେବ ବୋଲି ଚର୍ଚା ହେଉଛି ।

ଅଧିନାୟକ ରୋହିତ ଶର୍ମା ଏବଂ କେ ଏଲ ରାହୁଲଙ୍କୁ ଓପନର୍‌ ଭାବେ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ମିଳିବା ନିଶ୍ଚିତ । କତୃତୀୟ ସ୍ଥାନରେ ବିରାଟ କୋହଲି ଖେଳିବା ବି ନିଶ୍ଚିତ । ଚତୁର୍ଥ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ରୋହିତ ଶର୍ମା ନିଶ୍ଚ ପଠାଇବେ । ଓ୍ବିକେଟ କିପର ଭାବେ ଋଷଭ ପନ୍ତ ନିଶ୍ଚୟ ରୋହିତଙ୍କ ପ୍ରଥମ ପସନ୍ଦ ରହିବେ ଏବଂ ତାଙ୍କ ପରେ ବ୍ୟାଟର ଭାବେ ଦିନେଶ କାର୍ତ୍ତିକଙ୍କ ମଧ୍ୟ ରୋହିତ ନେଇପାରନ୍ତି । ସେହିଭଳି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ରୋହିତ ନିଜର ଚୂଡାନ୍ତ ଏକାଦଶରେ ସାମିଲ କରିବେ ।

ତେବେ ଦୀପକ ହୁଡ଼ାକୁ ରୋହିତ ଚୂଡ଼ାନ୍ତ ଏକାଦଶରେ ରଖିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ । ଦୀପକ ହୁଡା ଖେଳିଲେ ଦିନେଶ କାର୍ତ୍ତିକ ଖେଳିନପାରନ୍ତି । ବୋଲିଂ ବାହିନୀରେ ଭୁବନେଶ୍ବର କୁମାର, ରବି ବିଷ୍ଣୋୟୀ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହଙ୍କୁ ନିଜ ପ୍ଲେଇଂ ଇଲେଭେନରେ ସାମିଲ କରିପାରନ୍ତି ରୋହିତ । ତେବେ ଆଭେଶ ଖାନ ଏବଂ ଅଶ୍ବିନଙ୍କ ମଧ୍ୟରୁ କାହାକୁ ରୋହିତ ପ୍ଲେଇଙ୍ଗ ଇଲେଭେନରେ ନେବେ ତାହା କାଲି ସ୍ପଷ୍ଟ ହେବ । ତେବେ ରୋହିତ କହିଛନ୍ତି ପିଚରେ ଘାସ ଥିବାରୁ ଆମେ କିଛି ବି ନିଷ୍ପତ୍ତି ନେଇପାରୁ । ଟସ ଉପରେ ମ୍ୟାଚ ବି ନିର୍ଭର କରିବ ।

ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଏକାଦଶରେ ରୋହିତ ଶର୍ମା , କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ,, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ/ଦୀପକ ହୁଡ଼ା, ରବୀନ୍ଦ୍ର ଜାଡେଜା, ଅଶ୍ୱିନ / ଆଭେଶ ଖାନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଯୁଜଭେନ୍ଦ୍ର ଚହଲ ସ୍ଥାନ ପାଇପାରନ୍ତି ।

ପାକିସ୍ତାନର ଏଥର ବୋଲିଂରେ ଟିକେ ଦୁର୍ବଳ ରହିବ । ଆରମ୍ଭରୁ ପ୍ରମୁଖ ଦ୍ରୁତ ବୋଲର ସାହିନ ଆଫ୍ରିଦି ଆହତ ଯୋଗୁଁ ଏସିଆ କପ୍‌ରୁ ବାଦ୍‌ ପଡ଼ିଛନ୍ତି । ପରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ୱାସିମ୍‌ ଦଳର ଅଭ୍ୟାସ ସେସନ୍‌ ବେଳେ ପିଠିରେ ଆଘାତ ପାଇଛନ୍ତି। ସେ ମଧ୍ୟ ଆଜିର ମ୍ୟାଚ ଖେଳିନପାରନ୍ତି । ତେବେ ମ୍ୟାଚକୁ ନିଜ ହାତକୁ ଆଣିବାକୁ ପାକିସ୍ତାନ ପାଇଁ ବାବର ଆଜାମଙ୍କ ସହ ରିଜୱାନ୍ ବି ଅଛନ୍ତି, ଟି -20 କ୍ରିକେଟ୍ ପାଇଁ ଏ ଦୁଇଜଣ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ । ସାଦବ ଖାନ ମଧ୍ୟ ଶକ୍ତିଶାଳୀ ବ୍ୟାଟସମ୍ୟାନ୍ ଯିଏ କି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିପାରନ୍ତି ।

 

ତେବେ ପାକିସ୍ଥାନ ଚୂଡ଼ାନ୍ତ ଏକାଦଶରେ: ବାବର ଆଜାମ (କ୍ୟାପ୍ଟେନ), ମହମ୍ମଦ ରିଜୱାନ , ଫକର ଜମାନ, ଇଫ୍ଟିଖର ଅହମ୍ମଦ, ଆସିଫ ଅଲି, ଖୁସଦିଲ ଶାହା, ଶାଦବ ଖାନ, ମହମ୍ମଦ ନୱାଜ, ନାସିମ ଶାହା, ହରିସ ରାଉଫ, ଶାହନାୱାଜ ଡହାନି ଖେଳିବାର ସଂଭାବନା ରହିଛି ।

Comments are closed.