Latest Odisha News

BREAKING NEWS

ଜୁଲାଇ ୧ରେ ପ୍ରକାଶ ପାଇବ ଏମବିବିଏସ୍ ଓ ବିଡିଏସ୍ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର : ରାଜ୍ୟରେ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ମେରିଟ୍ ଲିଷ୍ଟ୍ ଜୁଲାଇ ୧ ତାରିଖରେ ପ୍ରକାଶ ପାଇବ । ଚଳିତ ବର୍ଷ ଓଡିଶାର ଅନେକ ମେଡିକାଲ କଲେଜରେ ପାଖାପାଖି ୧୨୫୦ ସିଟ୍ ଏବଂ ୨ଟି ବିଡିଏସ୍ କଲେଜରେ ୧୫୦ଟି ସିଟ୍ ଲାଗି ନାମଲେଖା ହେବ ।

ଚଳିତ ବର୍ଷ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ନାମଲେଖା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିଲା । ତେବେ ଆର୍ଥିକ ଅନଗ୍ରସର କୋଟା ଲାଗୁ ପରେ ଏହାର ରେଞ୍ଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ଅଧିକ ୨ ଦିନ ଲାଗି ବୃଦ୍ଧି କରାଯାଇଥିଲା । ଅପରପକ୍ଷରେ ଏଥର ଏମବିବିଏସ ପାଠ୍ୟକ୍ରମରେ ୨୫୦ ସିଟ୍ ବଢ଼ିଛି।

Leave A Reply

Your email address will not be published.