Latest Odisha News

ଭାଷା ଭାଗବତ : ଅଲେଖା ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଯେଉଁ ସ୍ଥାନର ମାନଚିତ୍ର
ଅଂକିତ ହୋଇନି ଏକତ୍ର
ସେହି ସ୍ଥାନ ଅଛି କି ନାହିଁ ?
କେହି ଦିଅଂତୁ ଥରେ କହି

ଯେଉଁ ଭାଷାର ନାହିଁ ଲିପି
ସେ ଭାଷା ଚଳୁଛି ଯଦ୍ୟପି
କେହି କରିନି ସଂକଳନ
ଶବ୍ଦକୋଷ ଓ ବ୍ୟାକରଣ

ଭାଷାର ଆଦ୍ୟ ବ୍ୟାକରଣ
ସାଇତି ରଖେ ଲୋକମନ
ତାହାକୁ ଭାଷୀଗଣ ମାନି
ହୁଅଂତି ଶବ୍ଦ ବିଧି ଜ୍ଞାନୀ

ଲିଖିତ ନ ହୋଇଲେ ଜ୍ଞାନ
ଆପେ ତ ହୁଏନି ବିଲୀନ
ପରସ୍ପରକୁ କହି, ଶୁଣି
ଲୋକେ ଚଳଂତି ବୁଝି, ଜାଣି

କେବଳ ଗ୍ରଂଥପାଠୀ ଲୋକ
ମଣିଲେ ସ୍ବଭାଷୀଂକୁ ମୂର୍ଖ
ନ କରି ଜ୍ଞାନ ହସ୍ତାଂତର
ପୋଷି ପାଳଂତି ଅହଂକାର

ଜ୍ଞାନକୁ କରିଦେଲେ ପଣ୍ୟ
ଜ୍ଞାନ ହିଁ ହୁଅଇ ନଗଣ୍ୟ
ଚଳିଲେ ଜ୍ଞାନ ବ୍ୟବସାୟ
ଭାଷାର ଘଟେ ଅବକ୍ଷୟ

ଲିଖିତ ନ ହେଲେ ବି ତତ୍ତ୍ବ
ବଂଚାଇପାରେ ତା ଅସ୍ତିତ୍ୱ
କଥିତ ଜ୍ଞାନର ମହତ୍ତ୍ୱ
ବୁଝେନି ଜ୍ଞାନାନ୍ବେଷୀ ଚିତ୍ତ

କଥା ଶୁଣି ଓ ମନେ ରଖି
ଯେ ପାରେ ସେହି ସବୁ ଲେଖି
ସେ ପାଏ ଜ୍ଞାନରୂପୀ ଧନ
ବାସ୍ତବତାରୁ ନୁହେ ଭିନ୍ନ

Comments are closed.