Latest Odisha News

ହଂକଂକୁ ରାତିରେ ସୂର୍ଯ୍ୟ ଦେଖାଇଲେ ଯାଦବ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ହଂକଂ ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୧୯୩ ରନର ବିଜୟ ଲକ୍ଷ୍ୟ ପ୍ରଦାନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ହଂକଂକୁ ହତଚକିତ କରି ଦେଇଥିଲା । ସେ ମାତ୍ର ୨୬ ବଲରେ ୬ ଚୌକା ଓ ୬ ଛକା ସହାୟତାରେ ୬୮ ରନ କରି ଅପରାଜିତ ରହିଥିଲେ । ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁନର୍ବାର ଭଲ ପ୍ରଦର୍ଶନ କରି ୪୪ ବଲରେ ୧ ଚୌକା ଓ ୩ ଛକା ସହାୟତାରେ ୫୯ ରନ କରି ନଟଆଉଟ ରହିଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା । ଅଧିନାୟକ ରୋହିତ ଶର୍ମା ୨୧ ଓ କେଏଲ ରାହୁଲ ୩୬ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଆୟୂଶ ଶୁକ୍ଲା ଓ ମହମ୍ମଦ ଗଜାନଫର ହଂକଂ ପକ୍ଷରୁ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ ।

Comments are closed.