Latest Odisha News

ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସରେ ଧରା ପଡିଛନ୍ତି।

ସେ ଏହି ବ୍ଲକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ ଥିଲେ। ଏହା ପରେ ଦୁଇଟି ଜାଗାରେ ଚଢାଉ ଚାଲିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି

Comments are closed.