Latest Odisha News

BREAKING NEWS

ଗଣେଶ ପୂଜା ଭସାଣିରେ ହତ୍ୟା ଉଦ୍ୟମ; ଯୁବକ ଗୁରୁତର

ଢ଼େଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ପଞ୍ଚାୟତ ଅଧୀନସ୍ତ ଛାଟିଆ ଗ୍ରାମରେ ଚଳିତ ବର୍ଷ ଗଣେଶ ପୂଜାକୁ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଯାଇଛି ।

ଗୁରୁବାର ଭସାଣିରେ ରାଉତ ଖଞ୍ଜାର ଓ ବେହେରା ଖଞ୍ଜାର ଗୋଷ୍ଠୀ ଭସାଣି ପାଁଇ ପ୍ରସେସନ କରୁଥିବା ସମୟରେ ସାମ୍ନାସାମ୍ନି ହୋଇଥିଲେ।

ସାଜସଜ୍ଜା, ପ୍ରସେସନ ଓ ଗାଁରେ ପ୍ରଭୂତ୍ବ ବଜାୟ ରଖିବାକୁ ଯାଇ ରାଉତ ଘର ଖଞ୍ଜାର ଗୋଷ୍ଠୀ ମେଢ଼କୁ ପ୍ରସେସନରେ ଆଗରେ ନେବାକୁ ଗଣ୍ଡଗୋଳ କରିଥିଲେ।

ରାଉତ ଖଞ୍ଜାର ପ୍ରମୋଦ ରାଉତ ନାମକ ବ୍ୟକ୍ତି ମଦ ପିଇ ବିଶୃଙ୍ଖଳିତ ଅବସ୍ତରେ ମାରଣାସ୍ତ୍ର ବୁଲାଇ ଅସଭ୍ୟ ଭାଷା ପ୍ରୟୋଗ କରି ବେହେରା ଖଞ୍ଜା ଗୋଷ୍ଠିଙ୍କ ସହ ଗଣ୍ଡଗୋଳ କରୁଥିଲେ ।

ମହିଳା ମାନଙ୍କ ସହ ଛୋଟ ପିଲାଙ୍କ ଉପସ୍ଥିତିକୁ ଦେଖି ଦର୍ଶକ ଭାବେ ପ୍ରସେସନ ଦେଖୁଥିବା ରଞ୍ଜନ ବେହେରା, ପ୍ରମୋଦଙ୍କୁ ବାରଣ କରିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପ୍ରମୋଦ ରଞ୍ଜନଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପେଟକୁ ଚୋଟ ମାରି ଆଘାତ କରିଥିଲା।

ଗୁରୁତର ଅବସ୍ତରେ ରଞ୍ଜନକୁ କଟକ ସ୍ଥାନାନ୍ତର କରାଯାଇଛି।

Comments are closed.