ହଂକଂକୁ ୧୫୫ ରନରେ ହରାଇଛି ପାକିସ୍ତାନ । ଆଜି ଲିଗ ମ୍ୟାଚରେ ଜିତି ସୁପର ଫୋରକୁ ଯାଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୩ ରନ କରିଥିଲା ।
ପାକିସ୍ତାନ ପକ୍ଷରୁ ରିଜଓ୍ବାନ ସର୍ବାଧିକ 78 ରନ କରିଥିଲେ । ଫକର ଜମାନ 53 ରନ କରିଥିଲେ । ଖୁସଦିଲ 15 ବଲରେ 35 ରନ କରି ପାକିସ୍ତାନକୁ ବଡ଼ ସ୍କୋରରେ ପହଁଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।
Pakistan register a comprehensive victory to make it to the Super Four 💪#PAKvHK | #AsiaCup2022 | 📝 Scorecard: https://t.co/68o82bXiuU pic.twitter.com/YuTKXrPyMH
— ICC (@ICC) September 2, 2022
ଜବାବରେ ହଂକଂ ମାତ୍ର ୩୮ ରନ୍ କରି ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ବୋଲରଙ୍କ ଆଗରେ ହଂକଂର କୈାଣସି ବ୍ୟାଟସମ୍ୟାନ ତିଷ୍ଟି ପାରିନଥିଲେ । ପାକିସ୍ତାନ ଜିତିଥିବାରୁ ଆସନ୍ତା ରବିବାର ସଂଧ୍ୟାରେ ଭାରତ-ପାକିସ୍ତାନ ଭିତରେ ସୁପର ଫୋର ମ୍ୟାଚ୍ ଖେଳାଯିବ ।
Comments are closed.