Latest Odisha News

BREAKING NEWS

ଟିନଏଜରେ ମୋଟାପଣ ହୋଇପାରେ ହୃଦଘାତର କାରଣ

ଭୁବନେଶ୍ୱର: ପିଲାରୁ ବୁଢା ଆଜିକାଲି ସାଧାରଣତଃ ସମସ୍ତେ ହୃଦଘାତକୁ ନେଇ ଚିନ୍ତିତ ରହୁଛନ୍ତି । ବିଶେଷ କରି ଯୁବପିଢି ଅଧିକ ମାତ୍ରାରେ ଏହାର ଶିକାର ହେଉଥିବା ଦେଖାଯାଉଛି । ମେଦ ବହୁଳତା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି । ଟିନଏଜରେ ଯେଉଁ ପିଲାଙ୍କ ଓଜନ ଅଧିକ ହୋଇଥାଏ ସେମାନଙ୍କ ପାଇଁ ହୃଦଘାତ ଆଶଙ୍କା ମଧ୍ୟ ଅଧିକ ରହିଥାଏ ।

ରିସର୍ଚ୍ଚ ଅନୁସାରେ ଓଜନ ବୃଦ୍ଧି କାରଣରୁ ଟିନଏଜ ପିଲାଙ୍କ ଶରୀରରେ ହାର୍ଟ ମସଲସ ଡ୍ୟାମେଜ ହୋଇଥାଏ । ଯାହା ଫଳରେ ସେମାନଙ୍କ ଶରୀରରେ ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ । ଯେଉଁ ପିଲାଙ୍କ ଓଜନ କିଶୋର ବୟସରେ ଅଧିକ ରହିଥାଏ ସେମାନଙ୍କ ଶରୀରରେ କାର୍ଡ଼ିଓମାଇପେଥି ହେବା ଆଶଙ୍କା ୩୮ପ୍ରତିଶତ ଅଧିକ ରହିଥାଏ ।

ଏହାଦ୍ୱାରା ହାର୍ଟର କାର‌୍ୟ୍ୟକ୍ଷମତା କମିଯାଇଥାଏ । ଯାହା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବନେ ନହୋଇପାରି ହୃଦଘାତ ହୋଇଥାଏ ।

Leave A Reply

Your email address will not be published.