ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ଓ ୱିକେଟ କିପରି ମୁସଫିକର ରହୀମ ରବିବାର ଆର୍ନ୍ତଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୩୫ ବର୍ଷୀୟ ମୁସଫିକର ୧୦୨ ଟି୨୦ ମ୍ୟାଚରେୀ ୧୯.୨୩ ଆଭରେଜରେ ୧୫୦୦ ରନ ସଂଗ୍ରହ କରିଛନ୍ତି । ସେ ଦୀର୍ଘ ଦିନ ଧରି ହେବ ଖରାପ ଫର୍ମରେ ଥିଲେ । ଚଳିତ ଏସିଆ କପ କ୍ରିକେଟରେ ଖରାପ ପ୍ରଦର୍ଶନ ଯୋଗୁ ସେ ଚାପରେ ପଡି ଏହି ନିଷ୍ପତି ନେଇଥିଲେ । ଶ୍ରୀଲଙ୍କା ବିପକ୍ଷକ୍ଷରେ ୨୪ ଅକ୍ଟୋବର ୨୦୨୧ରେ ସେ ଶେଷ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ । ମୁସଫିକର ୨୮ ନଭେମ୍ବର ୨୦୦୬ରେ ଶାକିବ ଉଲ ହାସନଙ୍କ ସହ ଜିମ୍ବାୱେ ବିପକ୍ଷରେ ପଦାର୍ପଣ କରିଥିଲେ ।
ସେ ତାଙ୍କ କ୍ୟାରିୟରରେ ୧୫ ବର୍ଷ ୨୭୭ ଦିନ ଟି୨୦ କ୍ରିକେଟ ଖେଳି ନୂତନ ରେକର୍ଡ ସ୍ଥାପନ କରିଥିଲେ । ଅବଶ୍ୟ ତାଙ୍କର ଏହି ରେକର୍ଡ ଅଳ୍ପ ଦିନ ରହିବ । ଶାକିବ ଉଲ ହାସନ ଆଉ ଗୋଟିଏ ମ୍ୟାଚ ଖେଳିଲେ ଏହାକୁ ଭଙ୍ଗ କରିବେ । ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ପ୍ରତି ଅଧିକ ମନୋନିବେଶ କରିବା ପାଇଁ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଫ୍ରାଂଚାଇଜ କ୍ରିକେଟ ପାଇଁ ଉପଲବ୍ଧ ରହିବି ବୋଲି ମସଫିକର କହିଛନ୍ତି ।
Comments are closed.