Latest Odisha News

BREAKING NEWS

ଟ୍ୱିନ ଟାୱାର ଧ୍ୱଂସ ଟିମରେ ଓଡିଆ ପୁଅ

ଭୁବନେଶ୍ୱର : ୯ ସେକେଣ୍ଡରେ ନୋଏଡାର ସେକ୍ଟର ୯୩ ଏ ରେ ଥିବା ସୁପରଟେକ୍ ଟ୍ବିନ୍ ଟାୱାର ଧୂଂସସ୍ତୂପରେ ପରିଣତ ହୋଇଛି। ବିସ୍ଫୋରଣ ବେଳେ ଆଖପାଖ କୌଣସି ଟାୱାର ଅବା ଜନବସତିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସବୁ ହୋଇଥିଲା ଓ ଏଥିରେ କାହାରି କିଛି କ୍ଷତି ହୋଇନାଥିଲା ।

ଏହି ସଫଳତା ପଛରେ ଜଣେ ମହାନ୍ ବୈଜ୍ଞାନିକରଙ୍କ ହାତ ରହିଥିଲା । ଯାହାଙ୍କର କାରିଗରୀ କୋଶଳ ଯୋଗୁଁ ନିମିଷକରେ ଏତେ ବଡ ଟାୱାରର ପତନ ଘଟିପାରିଥିଲା । ନୋଏଡାର ସେକ୍ଟର ୯୩ ଏ ଠାରେ ସୁପରଟେକ୍ ଟୁଇନ ଟାୱାର – ଆପେକ୍ସ (୩୨ ମହଲା) ଏବଂ ସେୟାନ (୨୯ ମହଲା) କୁ ଭାଙ୍ଗିବା ପାଇଁ ଯେଉଁ ସବୁ କମ୍ପାନିର ଇଞ୍ଜିନିୟର ଓ ବୈଜ୍ଞାନିକ ମାନେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ କେନ୍ଦ୍ରୀୟ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର(CBRI) ମୁଖ୍ୟ ବୈଜ୍ଞାନିକ ଦେବୀ ପ୍ରସାଦ କାନୁନଗୋ ।

ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଲା ଗାଁର ମୂଳ ବାସିନ୍ଦା ବୈଜ୍ଞାନିକ ଦେବୀ ପ୍ରସାଦ କାନୁନଗୋ ।  ଜିଓ-ହାଜାରଡ ରିକ୍ସ ରେଡୁସନ କରିବାରେ ପାରଦର୍ଶୀ ଅଟନ୍ତି କାନୁନଗୋ । ଟୁଇନ ଟାୱାର  ଭାଙ୍ଗିବା ପାଇଁ  ଷ୍ଟ୍ରକଚରାଲ୍ ଇଞ୍ଜିନିୟର୍, ଜିଓଟେକ୍ନିକାଲ୍ ଇଞ୍ଜିନିୟର୍, ଖଣି ଇଞ୍ଜିନିୟର୍ ଏବଂ ବ୍ଲାଷ୍ଟ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ ହୋଥିଲା ଯାହାର ନେତୃତ୍ୱ ନେଇଥିଲେ ବୈଜ୍ଞାନିକ କାନୁନଗୋ  ।  ଟୁଇନ ଟାୱାର ଚାରିପାଖ ସମ୍ପତ୍ତିର ନିରାପତ୍ତା ଏବଂ ସର୍ବନିମ୍ନ କ୍ଷତି ହୋଇଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି ।

ଧରଣୀଧର କଲେଜ, କେନ୍ଦୁଝରରୁ ଭୂବିଜ୍ଞାନରେ ବିଏସସି ସମାପ୍ତ କରିବା ପରେ ସେ  ବିପର୍ଯ୍ୟୟ ପରିଚାଳନାରେ ଆଇଆଇଟି-ରୁର୍କିରୁ MTech ଏବଂ PhD ଡିଗ୍ରୀ (ଇଞ୍ଜିନିୟରିଂ-ଜିଓଲୋଜିଷ୍ଟ) କରିଥିଲେ୧୯୯୪ ପରଠାରୁ CBRI ରେ  ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଆସୁଛନ୍ତି |

୨୦୨୧ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯାଆଁଳା ଟାୱାର ଭାଙ୍ଗିବାର ସାମଗ୍ରିକ କାର୍ଯ୍ୟକାରିତା ଉପରେ (CBRI)  ତଦାରଖ କରୁଥିଲା।

 

Comments are closed.