Latest Odisha News

BREAKING NEWS

ମନ କଥା ଖୋଲି କହିଲେ କୋହଲି, ଖରାପ ସମୟରେ କେବଳ ମେସେଜ କରିଥିଲେ ଧୋନୀ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହା ପରେ ଆୟୋଜିତ ପ୍ରେସ ମିଟରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ମନ କଥା ଖୋଲି କରି କହିଛନ୍ତି । ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ସେ କହିଥିଲେ ମୋ ଖରାପ ସମୟରେ କେବଳ ଏମଏସ ଧୋନୀ ମୋତେ ମେସେଜ କରିଥିଲେ । ମୋ ନମ୍ବର ପ୍ରାୟ ସମସ୍ତଙ୍କ ପାଖରେ ଥିଲା । ଟିଭି ସାମ୍ନାରେ ସମସ୍ତେ ଅନେକ କଥା କହିଥିଲେ ମାତ୍ର ତାର ମୂଲ୍ୟ କିଛି ନାହିଁ । ଯଦି ମୋତେ ଭଲ ପାଉଛ ତାହାହେଲେ ସିଧାସଳଖ ମୋ ସହିତ ଆଲୋଚନା କରିପାରିବ । ଧୋନୀଙ୍କଠାରୁ ମୁଁ କିମ୍ବା ମୋ ଠାରୁ ସେ କିଛି ପାଇବାର ନାହିଁ ତଥାପି ସେ ମେସେଜ କରିଥିଲେ ।

ଖେଳିବା ବେଳେ ବି ଆମେ ପରସ୍ପରକୁ ସମ୍ମାନ ଦେଇଥାଉ, କାହା ପ୍ରତି କେହି ଅସୁରକ୍ଷିତ ମନେ କରୁ ନ ଥିଲି । ଏହି ଅବସରରେ ଅର୍ଶଦୀପ ସିଂଙ୍କ କ୍ୟାଚ ଖସାଇବା ନେଇ ସେ କହିଥିଲେ, ଏହା ଏକ ଚାପଭରା ମ୍ୟାଚ ଥିଲା । ଭୁଲ ତ ସମସ୍ତଙ୍କର ହେବ । ମୁଁ ବି ଚାମ୍ପିୟନ୍ସ ଟ୍ରଫିରେ ଭୁଲ ଶଟ ଖେଳି ଆଉଟ ହେବା ପରେ ରାତି ଯାକ ଶୋଇପାରି ନ ଥିଲି । ଖେଳରେ ଏ ଭଳି ଘଟଣା ଘଟିବ । ସେହିପରି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଆଇପିଏଲ ପରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ ଅଲଗା ଖେଳାଳି ପାଲଟି ଯାଇଛନ୍ତି ବୋଲି କୋହଲି କହିଥିଲେ ।

Leave A Reply

Your email address will not be published.