Latest Odisha News

ରୋମାଞ୍ଚଭରା ମ୍ୟାଚରେ ଭାରତକୁ ୬ ଉଇକେଟରେ ହରାଇଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସିଆ କପରେ ପୁଣି ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଦୁବାଇରେ ଚାଲିଥିବା ଭାରତ – ଶ୍ରୀଲଙ୍କା ମ୍ୟାଚରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ଭାରତ ୧୭୪ ରନ୍ ଟାର୍ଗେଟ ଦେଇଥିଲା । ତେବେ ରୋମାଂଚକର ମ୍ୟାଚରେ ଭାରତକୁ ଶେଷ ଓଭରରେ ଗୋଟିଏ ବଲ ବାକି ଥାଇ ପରାସ୍ତ କରିଛି ଶ୍ରୀଲଙ୍କା ।

ଶ୍ରୀଲଙ୍କା ପକ୍ଷରୁ ମେଣ୍ଡିସ ସର୍ବାଧିକ ୫୭ ରନ କରିଥିବା ବେଳେ ନିଶାଙ୍କ ୫୨ ରନ କରିଥିଲେ । ରାଜପକ୍ଷେ ୨୫ରନ ଏବଂ ଶନକା ୩୩ ରନ କରି ଅପରାଜିତ ରହିବା ସହ ଶ୍ରୀଲଙ୍କାକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭାରତ ପକ୍ଷରୁ ଓପନର କେଏଲ ରାହୁଲ ୬ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ଶୂନରେ ଆଉଟ ହୋଇଥିଲେ । ତେବେ ଅଧିନାୟକ ରୋହିତ ଶର୍ମା ୪୧ ବଲରେ ୭୨ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୩୪ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ କରିଥିବା ବେଳେ ଋଷଭ ପନ୍ଥ ୧୭ ରନ କରି ଆଉଟ ହୋଇଥିଲେ ।

ଦୀପକ ହୁଡା ମଧ୍ୟ ଆଜି ବ୍ୟାଟିଂରେ ଫେଲ୍ ହୋଇ ୩ ରନ କରି ଆଉଟ ହୋଇଥିଲେ । ଭୁବନେଶ୍ବର କୁମାର ଶୂନରେ ଆଉଟ ହୋଇଥିବା ବେଳେ ରବି ଚନ୍ଦ୍ରନ ଅଶ୍ବୀନ ୧୫ ରନ କରିଥିଲେ । ଅର୍ଶଦୀପ ୧ ରନ କରିଥିଲେ ।

Comments are closed.