ଭୁବନ : ଗାଁ ମଣ୍ଡପରେ ବସିଥିବା ବେଳେ ହେଲା ବଜ୍ରପାତ । ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁ ପ୍ରଧାନସାହିରେ ଘଟିଛି । ବଜ୍ରାଘାତ ପଡି ମଣ୍ଡପରେ ବସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରଧାନ ସାହି ମଣ୍ଡପରେ କୋଚା ସାହୁ (୪୫ ବର୍ଷ) ଓ ଚିତ୍ରସେନ ସାହୁ (୫୦ ବର୍ଷ) ବସିଥିବା ସମୟରେ ବଜ୍ରପାତ ଘଟିଥିଲା । ଦୁହେଁ ମଣ୍ଡପରେ ଗଳିପଡିଲେ । ପରିବାର ଲୋକେ ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ଡାକ୍ତର କୋଚା ସାହୁଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed.