Latest Odisha News

BREAKING NEWS

କରିମଗଞ୍ଜରୁ ୯୨୭ କେଜି ଗଞ୍ଜେଇ ଜବତ, ୩ ଗିରଫ

ଗୌହାଟୀ: ଆସାମ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା। କରିମଗଞ୍ଜ ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରୁ ପୋଲିସ ୯୨୭ କେଜି ଗଞ୍ଜେଇ ଜବତ କରିଛି। ସୋମବାର ଗଞ୍ଜେଇ ଚାଲାଣ ବେଳେ ଚୁରାଇବାରୀ ଏବଂ ଆସାମ-ତ୍ରିପୁରୀ ସୀମା ଅଞ୍ଚଳରୁ ଗଞ୍ଜେଇ ଜବତ କରିଥିଲା ଚୁରାଇବାରୀ ପୋଲିସ ଟିମ।

ପୂର୍ବରୁ ଶନିବାର ଆସାମ ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ କାର୍ବି ଆଂଲଙ୍ଗ୍ ଜିଲ୍ଲାରେ ଚଢ଼ାଉ ହୋଇଥିଲା। ଏହି ସମୟରେ ଏକ ଟ୍ରକରୁ ୮୬୦ କେଜି ଗଞ୍ଜେଇ ଏବଂ ୪୦.୭୦ ଗ୍ରାମ ହେରୋଇନ ଜବତ ହୋଇଥିଲା। ଗଞ୍ଜେଇ ଜବତ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ବୋକାଜାନ ସବ ଡିଭିଜନାଲ ପୋଲିସ ଅଫିସର ଜୋନ ଦାସଙ୍କ ସୂଚନା ଅନୁସାରେ, ଖଟଖଟି ଥାନା ଅଞ୍ଚଳର ଆସାମ-ନାଗାଲାଣ୍ଡ ସୀମା ଲହରୀଜାନ ନାକା ଗେଟରେ ଏହି ଅପରେସନ କରାଯାଇଥିଲା। ଗୁଇନ୍ଦାରୁ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଆକ୍ସନ ନେଇଥିଲା।

ରାତି ପ୍ରାୟ ଦୁଇଟା ବେଳେ ଏକ ଟ୍ରକ ମଣିପୁରରୁ ଆସାମ ଅଭିମୁଖେ ଆସୁଥିଲା। ଏହି ଗାଡିରୁ ୮୦ ପ୍ୟାକେଟ ଗଞ୍ଜେଇ ଯାହାର ଓଜନ ୮୬୦ କେଜି ଏବଂ ୩ ଟି ସାବୁନ ପେଟିରୁ ୪୦.୭୦ ଗ୍ରାମ ଧଳା ଜହର ଜବତ କଲା ପୋଲିସ । ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ଫିଲଟେର କଲିଟିଆ (୩୨), ଦୀପକ ମହତୋ (୨୬) ଏବଂ ରାହୁଲ ତମାଙ୍ଗ (୧୯).

Leave A Reply

Your email address will not be published.