ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଲିସ ହାତରେ ଧରା ପଡିଛନ୍ତି ସିମ୍ ବକ୍ସ ରାକେଟର ସଦସ୍ୟ । କ୍ରାଇମବ୍ରାଞ୍ଚ ଏହି ସଦସ୍ୟଙ୍କୁ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ମୋବାଇଲ ଟାଓ୍ୱାର ତଳେ ବସି ଠକେଇ କରୁଥିଲେ। ଏହି ସମୟରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଯାଇ ଚଢାଉ କରି ଏମାନଙ୍କୁ ଗିରଫ କରିଛି। ଗୋଟିଏ ଘଣ୍ଟାରେ ପ୍ରାୟ ୫୫ ହଜାର ୬୦୦ ମୋବାଇଲ୍ ନମ୍ବରକୁ ମେସେଜ୍ ପଠାଉଥିଲେ । ଜାଲ ମେସେଜ୍ ପଠାଇ କୋଟି କୋଟି ଟଙ୍କା ଠକେଇ କରୁଥିବା ସାଇବର ଠକେଇ କରୁଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତମାନେ ବିଶାଲ ଖଣ୍ଡେଲୱାଲ (ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ), ତାପସ କୁମାର ପାତ୍ର, ନିଗମ ପାତ୍ର, ସୁଦର୍ଶନ ଦାସ, ଅଜୁ ପାତ୍ର ଏବଂ ଅଜୟ କୁମାର ପାତ୍ର ବୋଲି ଜଣାପଡିଛି। ଗ୍ୟାଙ୍ଗର ୬ ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମ୍ବ୍ରାଞ୍ଚ ସାଇବର ଥାନା କୋର୍ଟ ଚାଲାଣ କରିଛି । ସାଇବର ଟିମ୍ ସେମାନଙ୍କଠାରୁ ପ୍ରାୟ ୩ ହଜାର ଜାଲ ସିମ୍ କାର୍ଡ ୫ ଲକ୍ଷ ଟଙ୍କାର ଦୁଇଟି ସିମ୍ ବକ୍ସ, ୭ଟି ଲାପଟପ୍, ୧୬ଟି ମୋବାଇଲ୍ ଫୋନ୍ ଓ ମୋବାଇଲ ସରଞ୍ଜାମ ଜବତ କରିଛି।
ଟେଲିଫୋନ୍ ଡିପାର୍ଟମେଣ୍ଟ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ବେତନାଟୀ ଏବଂ ବରିପଦା ଠାରେ ଚଢାଉ ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ସାଇବର ଠକଙ୍କ ଲିଙ୍କ୍ ଝାଡଖଣ୍ଡର ଜାମତରା ଗ୍ୟାଙ୍ଗଠାରୁ ଆରମ୍ଭ କରି ଦେଶର ଅନ୍ୟ ସାଇବର ମାଫିଆଙ୍କ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି।
ସୂଚନାନୁସାରେ, ଏହି ଗ୍ୟାଙ୍ଗ ଦେଶର ବିଭିନ୍ନ ସ୍ଥାନରେ ଥିବା ଲୋକଙ୍କୁ ଠକିବା ପାଇଁ ସିମ୍ ବକ୍ସରେ KYC ସମ୍ବନ୍ଧୀୟ ଫେକ୍ ମେସେଜ ପଠାଇବାକୁ ପ୍ରି-ଆକ୍ଟିଭେଟ୍ ସିମ୍ କାର୍ଡ ବ୍ୟବହାର କରିଥିଲା। ତଦନ୍ତରୁ ଜଣାପଡିଛି ଯେ ସିମ୍ ବକ୍ସ ରାକେଟ୍ ଓଡିଶା ଏବଂ ବିହାରରୁ ପରିଚାଳିତ ହେଉଛି।
କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ ଗିରଫ ହୋଇଥିବା ଗ୍ୟାଙ୍ଗ ସଦସ୍ୟଙ୍କ ମୂଖ୍ୟ କାର୍ଯ୍ୟ ନକଲି KYC ସମ୍ବନ୍ଧୀୟ ବାର୍ତ୍ତା ପଠାଇବାବେଳେ ସେମାନଙ୍କ ବିହାର ସଦସ୍ୟ ଠକେଇ କରି ସେହି ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଉଥିଲେ।
ଉଦାହରଣ ସୂରୂପ ଆପଣଙ୍କ ଫୋନକୁ କଲ କିମ୍ବା ମେସେଜ ଆସୁଛି ବ୍ୟାଙ୍କର KYC ଅପଡେଟ୍ ପାଇଁ। ଆଉ ଆପଣ ମୋବାଇଲକୁ ଆସୁଥିବା ମେସେଜ ଅନୁଯାୟୀ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି ତାହେଲେ ଆପଣ ଠକାମିର ଜାଲରେ ଫଶୁଛନ୍ତି। ବ୍ୟାଙ୍କ ଏବଂ ମୋବାଇଲ କମ୍ପାନୀମାନେ କହି ସାରିଛନ୍ତି, KYC ଅପଡେଟ୍ କରିବା ବେଳେ କାହା ଫୋନ୍ କଲରେ କିମ୍ବା ମୋବାଇସ, ହ୍ୱାଟସଆପ ମେସେଜ ଉପରେ ବିଶ୍ବାସ କରନ୍ତୁ ନାହିଁ। ଆଉ ମେସେଜ କିଏ ପଠାଇଛି ଚେକ୍ କରିବାକୁ କୁହାଯାଉଛି। ନିକଟସ୍ଥ ସିମ୍ କମ୍ପାନୀର ଆଉଟଲେଟ କିମ୍ବା ବ୍ୟାଙ୍କ ଯାଇ KYC ଅପଡେଟ୍ କରାନ୍ତୁ।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦୧୭ ରେ ଓଡ଼ିଶା ପୋଲିସ ବ୍ରହ୍ମପୁରରେ ଏକ ସମାନ ରାକେଟକୁ ଗିରଫ କରିଥିଲା। ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ନିର୍ଦ୍ଦେଶରେ ସିମ୍ ବକ୍ସ ସାହାଯ୍ୟରେ ବେଆଇନ ଟେଲିଫୋନ୍ ବିନିମୟ ପାଇଁ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିଲା। ଟେଲିଫୋନ୍ ଏକ୍ସଚେଞ୍ଜ୍ ବ୍ୟବହାର କରି ରାଜନଙ୍କ ଗ୍ୟାଙ୍ଗ ସଦସ୍ୟମାନେ ମୁମ୍ବାଇର ଜଣେ ବିଲଡରଙ୍କଠାରୁ ୨ କୋଟି ଟଙ୍କା ଚୋରୀ ଦାବି କରିଥିଲେ।
Comments are closed.