Latest Odisha News

BREAKING NEWS

ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରାରେ ଶାସକ ଦଳକୁ ଘେରିବ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ହେବ । ଯାତ୍ରା ସଫଳ କରିବା ପାଇଁ ରଣନୀତି କରିବାକୁ  ସେପ୍ଟେମ୍ବର ୧୮ରେ ଓଡ଼ିଶା ଆସିବେ କଂଗ୍ରେସର ବିରଷ୍ଠ କେନ୍ଦ୍ରୀୟ ନେତା । ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାରଙ୍କ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଏହି ଯାତ୍ରା ସମୟରେ ଟାର୍ଗେଟ କରାଯିବ ।

ଏହା ସହ ସଂଗଠନକୁ ସୁଦୃଢ଼ କରିବା ପାଇଁ କର୍ମକର୍ତ୍ତାଙ୍କୁ ଏକଜୁଟ କରାଯିବ । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ।  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି । ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ ।

ବୈଠକରେ ନିଷ୍ପତ୍ତି ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଓଡ଼ିଶାରେ ସଫଳ କରାଯିବ ।  ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ କରି ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁଦ୍ଦା କରି ଏହି ଯାତ୍ରା କରାଯିବ । ଯାତ୍ରା କୁ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ଯାତ୍ରାରେ ପ୍ରତିଦିନ ହଜାର ହଜାର ଲୋକ ସାମିଲ ହେଉଛନ୍ତି । ଏହାର ସଫଳତା ଦେଖି ବିଜେପି ଅତ୍ୟନ୍ତ ଅସହିଷ୍ଣୁ ହୋଇ ଉଠିଛି । ପ୍ରତିଦିନ ମିଥ୍ୟା ଓ ଅବାନ୍ତର କଥା କହି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରୁଛି । ମାତ୍ର ଦେଶବାସୀ ତାକୁ ପ୍ରତ୍ୟାଖାନ କରୁଛନ୍ତି ଓ ଅଧିକ ରୁ ଅଧିକ ସଂଖ୍ୟାରେ ଏହି ଯାତ୍ରାକୁ ସମର୍ଥନ ଜଣାଇଛନ୍ତି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି  ଶିବାନନ୍ଦ ରାୟ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ  ରବି ସେଠୀ, ଯୁଗ୍ମ ସଂଯୋଜକ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,  ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି  ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ  ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା,  ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି  ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମାନବାଧିକାର ବିଭାଗ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ସୋସିଆଲ ମିଡିଆର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ  ବାଙ୍କନିଧି ବେହେରା, ଓବିସି ବିଭାଗର ଉପସଭାପତି ବେଣୁଧର ପାତ୍ର, ମତ୍ସ୍ୟ ବିଭାଗ ଅଧ୍ୟକ୍ଷ ହଳଧର ସେଠୀ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆଉଲ ହକ, ଭିନ୍ନକ୍ଷମ ବିଭାଗ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.