Latest Odisha News

BREAKING NEWS

ପୁଟିନଙ୍କୁ ମୋଦି କହିଲେ ‘‘ଆଜିର ସମୟ ଯୁଦ୍ଧ ପାଇଁ ନୁହେଁ’’

ସମରକନ୍ଦ: ବିଶ୍ବରେ ଯୁଦ୍ଧ ଜରୁରୀ ନୁହେଁ । ଶାନ୍ତି ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ବେଳେ ଯୁଦ୍ଧ ପାଇଁ ଏବେ ସମୟ ନୁହେଁ ବୋଲି ସିଧା ସିଧା କହିଛନ୍ତି । ପୁଟିନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନ ସହ ଯୁଦ୍ଧ ଆଜିର ସମୟରେ ଠିକ୍ ନୁହେଁ । ବିଶ୍ବରେ ଅନେକ ସମସ୍ୟା ରହିଛି ।  ଖାଦ୍ୟ ସମସ୍ୟା, ତୈଳ ସମସ୍ୟା, କୃଷକଙ୍କ ପାଇଁ ସାର ସମସ୍ୟାରେ ଏବେ ବିଶ୍ବବାସୀ ଚିନ୍ତାରେ ଅଛନ୍ତି । ଏଭଳି ସମୟରେ ଯୁଦ୍ଧ କରିବା ଠିକ୍ ନୁହେଁ ବୋଲି ମୋଦି ପୁଟିନଙ୍କୁ କହିଛନ୍ତି ।

ପୁଟିନଙ୍କ ସହ ଆଲୋଚନା ସମୟରେ ୟୁକ୍ରେନ ସହ କଥା ହୋଇ ଶାନ୍ତିର ରାସ୍ତା ବାହାର କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ବର୍ଷ ବର୍ଷ ଧରି ଋଷ ଏବଂ ଭାରତ ବନ୍ଧୁତାରେ ବିଶ୍ବାସ ରଖି କାର୍ଯ୍ୟ କରୁଥିବା ମୋଦି କହିଛନ୍ତି ।  ଯୁଦ୍ଧ ପରେ ପ୍ରଥମ ଥର ପୁଟିନଙ୍କ ସହ ମୁହାଁମୁହିଁ ସାକ୍ଷାତ ବେଳେ ମୋଦି ଆହୁରି କହିଥିଲେ ଯେ ଆମର ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଛାଡିବାରେ ସହଯୋଗ କରିଥିବାରୁ ଦୁଇ ଦେଶକୁ ଭାରତ  ଧନ୍ୟବାଦ ଦେଉଛି ।

ମୋଦିଙ୍କ କଥା ଶୁଣି ପୁଟିନ କହିଥିଲେ, ୟୁକ୍ରେନ ସହ ଯୁଦ୍ଧ ନେଇ ଆପଣଙ୍କ କହୁଥିବା କଥା ମୁଁ ବୁଝିପାରୁଛି । ଆପଣ ଯାହା କହୁଛନ୍ତି ସେହି ଦିଗରେ ଆମେ ମଧ୍ୟ କାର୍ଯ୍ୟ କରୁଛୁ । ଶୀଘ୍ର ଯୁଦ୍ଧ ସମାପ୍ତ ହେବା ଆମେ ମଧ୍ୟ ଚାହୁଁଛୁ ।  ଆଗାମୀ ଦିନରେ ଯାହା ସବୁ ନିଷ୍ପତ୍ତି ନିଆଯିବ ତାହା ଉପରେ ସବିଶେଷ ତଥ୍ୟ ମଧ୍ୟ ଆପଣଙ୍କୁ ଆମେ ଜଣାଇବୁ ।

ସମରକନ୍ଦଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସଫଳ ହୋଇଥିବା ଦୁଇ ଦେଶ ପକ୍ଷରୁ କୁହାଯାଇଛି । ଏହି ଅବସରରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ର ପରବର୍ତ୍ତି ମୁଖ୍ୟ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଥିଲେ ପୁଟିନ ।  ପୁଟିନ ମଧ୍ୟ ମୋଦୀଙ୍କୁ ରୁଷ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ଏସସିଓର ଏବେ 8ଟି ଦେଶ ସଦସ୍ୟ ଅଛନ୍ତି । । ଭାରତ ଏଥିରେ 2017ରୁ ସଦସ୍ୟ ଅଛି । ଆହୁରି 10ଟି ଦେଶ ଅତିଥି ସଦସ୍ୟ ଭାବେ ଭାଗନେଇଛନ୍ତି । ଆଗାମୀ ଦିନରେ ଏସସିଓରେ ସଦସ୍ୟ ସଂଖ୍ୟା ବୃଦ୍ଧି ହୋଇପାରେ ।

ଏହି ବୈଠକ ଉପରେ ସମଗ୍ର ବିଶ୍ବର ଆଖି ରହିଛି । ବିଶେଷ କରି ୟୁକ୍ରେନ ମଧ୍ୟ ଚାହୁଁଛି ଯୁଦ୍ଧ ସମାପ୍ତ ହେଉ । ଏଠାରୁ ପୁଟିନ ଋଷ ଫେରିବା ପରେ ଯୁଦ୍ଧ ବନ୍ଦ ନେଇ ଘୋଷଣା କରିପାରନ୍ତି   । ସେପଟେ  ଭାରତ ସରକାର ରୁଷ ସହିତ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଥିବାରୁ ଆମେରିକା ଭାରତ ପ୍ରତି କଣ ପ୍ରତିକ୍ରିୟା ଦେଉଛି ତାହା ପରେ ଜଣାପଡିବ ।

Leave A Reply

Your email address will not be published.