ବ୍ରହ୍ମପୁର:ବ୍ରହ୍ମପୁର ଦଳୁଆ ସାହିର କେ.ସୁଭଦ୍ର ରାଓଙ୍କ ୮୩ ବର୍ଷ ବୟସରେ ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସ୍ବର୍ଗତ ସୁଭ୍ରଦ ଏକ ବ୍ୟାଙ୍କର ମ୍ୟାନେଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କ ଚକ୍ଷୁଦାନ କରିଛନ୍ତି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଚକ୍ଷୁ ବିଭାଗର ଡା.ନିଶିଗନ୍ଧା ଦାସ, ଡା.ଦେବାଶିଷ ଜେନା ଏବଂ ଡା.ଶ୍ରେୟା ଚକ୍ରବର୍ତ୍ତି ସୁଭଦ୍ରଙ୍କ ଘରେ ପହଞ୍ଚି ଉଭୟ ଚକ୍ଷୁର କର୍ନିଆ ସଂଗ୍ରହ କରିଥିଲେ । ଏହି ସମୟରେ ପତ୍ନୀ ଶୁଭଲକ୍ଷ୍ମୀ, ଦୁଇ ପୁଅ ଶ୍ରୀନିବାସ କୁମାର ଏବଂ ଶ୍ରୀଧର କୁମାର, ଝିଅ ରାମଭଲ୍ଲୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସୁଭଦ୍ରଙ୍କ ମୃତ୍ୟୁ ନେଇ ସୂଚନା ପାଇବା ପରେ ଫ୍ରେଣ୍ଡସ ହେଲପିଂ କ୍ଲବର କେ.ପି.କେ ସୁବୁଦ୍ଧି, ଜାମୁଲା ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଆରମ୍ଭରୁ ଫ୍ରେଣ୍ଡସ ହେଲପିଂ କ୍ଲବର ସଦସ୍ୟଙ୍କ ସହଯୋଗରେ ପ୍ରାୟ ଦଶ ଜଣ ମୃତକଙ୍କ ଚକ୍ଷୁ ସଂଗ୍ରହ ହୋଇସାରିଲାଣି। ମୃତ୍ୟୁ ସୂଚନା ପାଇବା ପରେ କ୍ଲବର ସଦସ୍ୟମାନେ ପହଞ୍ଚି ପରିବାର ବର୍ଗଙ୍କୁ ଚକ୍ଷୁ ଦାନ ପାଇଁ ଉତ୍ସାହିତ କରୁଛନ୍ତି। ତେବେ ଏମ୍କେସିଜି ହସ୍ପିଟାଲ୍ରେ ଅଙ୍ଗଦାନ ବ୍ୟବସ୍ଥା ନଥିବା ଯୋଗୁ କ୍ଲବ ତରଫରୁ କ୍ଷୋଭ ପ୍ରକାଶ ପାଇଛି। ସଦସ୍ୟ ଜାମୁଲା ସୁରେଶଙ୍କ କହିବାନୁଯାୟୀ, ଏବେ କେବଳ ଚକ୍ଷୁଦାନ ହେଉଛି। ଅଙ୍ଗଦାନ ପାଇଁ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। କିନ୍ତୁ ଏମ୍କେସିଜିରେ ତାହାର ବ୍ୟବସ୍ଥା ନଥିବା ଯୋଗୁ ସେମାନେ ନିରାଶ ହେଉଛନ୍ତି। ଏନେଇ ପୂର୍ବରୁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭକରି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପାଖରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଯଦି ବ୍ୟବସ୍ଥା କରାଯାଏ, ତେବେ ଚକ୍ଷୁଦାନ ଭଳି ଅଙ୍ଗଦାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
BREAKING NEWS
- ଫିଲ୍ମ କରିବେ ବୈଭବ ସୂର୍ଯ୍ୟବଂଶୀ, ଏଭଳି ପୋଷ୍ଟ କଲେ ଶେଖର କପୁର
- ହଠାତ୍ ବନ୍ଦ ହୋଇଗଲା କେଦାରନାଥ ଯାତ୍ରା, ରାସ୍ତାରେ ଅଟକି ରହିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ
- ଡ୍ୟୁଟିରେ ଅବହେଳା; ନିଲମ୍ବିତ ହେଲେ ଅବକାରୀ ଇନ୍ସପେକ୍ଟର
- ହିନ୍ଦୁ ସାଙ୍ଗକୁ ବକ୍ରୀଦରେ ଡାକି ହତ୍ୟା କଲା…
- ପୋଲିସ ଘରେ ଚୋରି …ତାଲା କାଟି ଲୁଟିନେଲେ ୪୫ ଲକ୍ଷ ଟଙ୍କାର ସୁନା ଗହଣା
- ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି ନିଯୁକ୍ତ
- ସୁଲଭ ମୂଲ୍ୟରେ ଘର କିଣିବାକୁ ଚାହୁଁଛନ୍ତି କି? ସବୁ ଜିଲ୍ଲା ପାଇଁ ବଡ଼ ଯୋଜନା କରୁଛନ୍ତି ସରକାର
- ଆଇପିଏଲକୁ ନେଇ ସଚିନ ତେନ୍ଦୁଲକରଙ୍କ ପ୍ରସ୍ତାବ ଗ୍ରହଣ କରିବ କି ବିସିସିଆଇ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ
- ମହାନଦୀକୁ ଡେଇଁଲେ ମହିଳା, ୧୫ ଦିନ ପୂର୍ବେ ବିବାହ…
Comments are closed.