ବ୍ରହ୍ମପୁର:ବ୍ରହ୍ମପୁର ଦଳୁଆ ସାହିର କେ.ସୁଭଦ୍ର ରାଓଙ୍କ ୮୩ ବର୍ଷ ବୟସରେ ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସ୍ବର୍ଗତ ସୁଭ୍ରଦ ଏକ ବ୍ୟାଙ୍କର ମ୍ୟାନେଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କ ଚକ୍ଷୁଦାନ କରିଛନ୍ତି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଚକ୍ଷୁ ବିଭାଗର ଡା.ନିଶିଗନ୍ଧା ଦାସ, ଡା.ଦେବାଶିଷ ଜେନା ଏବଂ ଡା.ଶ୍ରେୟା ଚକ୍ରବର୍ତ୍ତି ସୁଭଦ୍ରଙ୍କ ଘରେ ପହଞ୍ଚି ଉଭୟ ଚକ୍ଷୁର କର୍ନିଆ ସଂଗ୍ରହ କରିଥିଲେ । ଏହି ସମୟରେ ପତ୍ନୀ ଶୁଭଲକ୍ଷ୍ମୀ, ଦୁଇ ପୁଅ ଶ୍ରୀନିବାସ କୁମାର ଏବଂ ଶ୍ରୀଧର କୁମାର, ଝିଅ ରାମଭଲ୍ଲୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସୁଭଦ୍ରଙ୍କ ମୃତ୍ୟୁ ନେଇ ସୂଚନା ପାଇବା ପରେ ଫ୍ରେଣ୍ଡସ ହେଲପିଂ କ୍ଲବର କେ.ପି.କେ ସୁବୁଦ୍ଧି, ଜାମୁଲା ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଆରମ୍ଭରୁ ଫ୍ରେଣ୍ଡସ ହେଲପିଂ କ୍ଲବର ସଦସ୍ୟଙ୍କ ସହଯୋଗରେ ପ୍ରାୟ ଦଶ ଜଣ ମୃତକଙ୍କ ଚକ୍ଷୁ ସଂଗ୍ରହ ହୋଇସାରିଲାଣି। ମୃତ୍ୟୁ ସୂଚନା ପାଇବା ପରେ କ୍ଲବର ସଦସ୍ୟମାନେ ପହଞ୍ଚି ପରିବାର ବର୍ଗଙ୍କୁ ଚକ୍ଷୁ ଦାନ ପାଇଁ ଉତ୍ସାହିତ କରୁଛନ୍ତି। ତେବେ ଏମ୍କେସିଜି ହସ୍ପିଟାଲ୍ରେ ଅଙ୍ଗଦାନ ବ୍ୟବସ୍ଥା ନଥିବା ଯୋଗୁ କ୍ଲବ ତରଫରୁ କ୍ଷୋଭ ପ୍ରକାଶ ପାଇଛି। ସଦସ୍ୟ ଜାମୁଲା ସୁରେଶଙ୍କ କହିବାନୁଯାୟୀ, ଏବେ କେବଳ ଚକ୍ଷୁଦାନ ହେଉଛି। ଅଙ୍ଗଦାନ ପାଇଁ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। କିନ୍ତୁ ଏମ୍କେସିଜିରେ ତାହାର ବ୍ୟବସ୍ଥା ନଥିବା ଯୋଗୁ ସେମାନେ ନିରାଶ ହେଉଛନ୍ତି। ଏନେଇ ପୂର୍ବରୁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭକରି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପାଖରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଯଦି ବ୍ୟବସ୍ଥା କରାଯାଏ, ତେବେ ଚକ୍ଷୁଦାନ ଭଳି ଅଙ୍ଗଦାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
BREAKING NEWS
- Leh Air Force Station: ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ, ୨୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଲା…
- Delivery Boy: ବିଲ ଭିତରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ ବାପା
- World Bank President:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ; ନିଯୁକ୍ତି ସୁଯୋଗ ସୃଷ୍ଟିକୁ କଲେ ପ୍ରଶଂସା
- ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ: ସିଦ୍ଧାନ୍ତ ମହାପାତ୍ର
- Kotia: କୋଟିଆରେ ଆନ୍ଧ୍ରର ସର୍ଭେ ଟିମ୍; ଆକଟ କରିବାରୁ ପୋଲିସ ସହ ବଚସା
- ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା
- Agriculture Minister Review: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସମୀକ୍ଷା; ଓଡ଼ିଶାର ପ୍ରଦର୍ଶନକୁ ନେଇ ସନ୍ତୋଷ…
- ସଫଳତା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ; କାହିଁକି ଏଭଳି କହିଲେ ସଂଗୀତଜ୍ଞ ବିଶାଲ
- ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ
- Witchcraft Suspicion: ଡାହାଣୀ ସନ୍ଦେହରେ ନିଜ ମାଆକୁ ହାଣି ଦେଲା ପୁଅ
Comments are closed.