Latest Odisha News

BREAKING NEWS

ଶିଶୁ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ

ଭଦ୍ରକ : ଭଦ୍ରକ ସହରର ଘରୋଇ  କ୍ଲିନିକରେ ଉତ୍ତେଜନା । ଆରଡ଼ି ଛକ ନିକଟ ଏକ କ୍ଲିନିକରେ ଡାକ୍ତର ଓ ସହଯୋଗୀଙ୍କୁ ମାଡ଼।

କରଞ୍ଜଆଡ଼ିଆ ଗାଁର ୧୧ ବର୍ଷୀୟ ଶିଶୁ ରାଜମୋହନ ପଣ୍ଡାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଏହି ଘରୋଇ କ୍ଲିନିକକୁ ଆଣିଥିଲେ । ସେଠାରେ ଡ଼ାକ୍ତର ଓ କର୍ମଚାରୀ ଗୋଟିଏ ଇଞ୍ଜେକ୍ସନ ଦେବା ପରେ ଶିଶୁଟି ହଠାତ ଅସୁସ୍ଥ ହୋଇଥିଲେ , କିଛି ସମୟ ମଧ୍ୟରେ ଶିଶୁର ମୃତ୍ୟୁ ହୋଇଥିଲା  ।

ଭୁଲ ଇଞ୍ଜେକସନ ଯୋଗୁ  ୧୧ ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ମୃତକଙ୍କ ସମ୍ପର୍କୀୟ ପକ୍ଷରୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡ ଫାଟି ଯାଇଛି।  କ୍ଲିନିକରେ ଉତ୍ତେଜନା ଖବର ପାଇଁ ପୁଲିସ ପହଞ୍ଚି ପଚରାଉଚୁରା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ  ।

 

 

Leave A Reply

Your email address will not be published.