ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଧର୍ମର ଜୟ ହୋଇଛି । ଏନ୍ଏମ୍ଏର ନୋଟିସକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ଆନ୍ଦୋଳନ ହୋଇଥିଲା ।ସେତେବେଳେ ରାଜ୍ୟ ସରକାର ଆମସାର ଆକ୍ଟ ୧୯୫୮କୁ ଅବମାନନା କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ । ହେଲେ ଏବେ ଆମସାର ଆକ୍ଟକୁ ମାନିବାକୁ ବାଧ୍ୟ । ଏହା ଛଡ଼ା ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ । ତାସହ ରାଜ୍ୟ ସରକାର କଣ ପାଇଁ
ଏଏସଆଇର ମତାମତ ନନେଇ ଏସବୁ କାର୍ଯ୍ୟ କରୁଥିଲେ ଯାହାପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ନଷ୍ଟ ହୋଇଥିଲେ ବୋଲି ପ୍ରଶ୍ନ କରିଥିଲେ ସାଂସଦ । ଏଥିପାଇଁ ଦାୟୀ କିଏ ତାର ଉତ୍ତର ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ସରକାର ରଖନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ।
BREAKING NEWS
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ
- Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍
- Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ ବିବାଦ, ବିଜେପିର ପାଲଟା ଜବାବ
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

Comments are closed.