Latest Odisha News

BREAKING NEWS

ସଂସାର ଭାଙ୍ଗିବା ପରେ ଜୀବନ ହାରିଦେଲେ; ବିଷ ପିଇ ଭୁବନେଶ୍ୱରରେ ୨ ମୃତ

ଭୁବନେଶ୍ୱର: ଜଣେ ସ୍ୱାମୀଙ୍କୁ ତ ଆଉ ଜଣେ ସ୍ତ୍ରୀକୁ ଛାଡ଼ି ଏକାଠି ରହୁଥିଲେ । ପରିବାରକୁ ଛାଡ଼ି ଏକାଠି ରହୁଥିବା ପୁରୁଷ ଓ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସଂସାର ଭାଙ୍ଗିଯିବା ପରେ ଉଭୟ ଜୀବନ ହାରି ଦେଇଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଜଣେ ବ୍ୟକ୍ତି ଓ ମହିଳା ବିଷ ପିଇ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପୁରୁଷ ଜଣଙ୍କ ନିଜ ପତ୍ନୀ ଓ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ଗୋଟିଏ ଘରେ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିବା ବେଳେ ବିଷ ପିଇ ଜୀବନ ହାରି ଦେଇଛନ୍ତି । ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.